ନୂଆଦିଲ୍ଳୀ: କାହା ସହ ସଂପର୍କ ଗଢ଼ିବା ପରେ ପୁଣି ଥରେ ତାକୁ ଭାଙ୍ଗିଦେବା ସମସ୍ତଙ୍କ ପାଇଁ କଷ୍ଟକର ହୋଇଥାଏ। ବ୍ରେକ୍‌-ଅପ୍‌ର ଦୁଃଖ ଅଳ୍ପବହୁତ ସମସ୍ତଙ୍କୁ ହୋଇଥାଏ। ତେବେ ଆପଣ କେବେ ‘ଲେଟର୍‌ ଅଫ୍‌ କ୍ଲୋଜର୍‌’ ବା ‘ସମାପନ ପତ୍ର’ ଦେଇ କେହି କାହା ସହ ସଂପର୍କ ଛିନ୍ନ କରିବ‌ାର ଦେଖିଛନ୍ତି କି? ଏହିପରି ଏକ ପତ୍ର ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଟ୍ବିଟର୍‌ରେ ବେଲିନ୍‌ ନାମକ ଜଣେ ବ୍ୟବହାରକାରୀ ହ୍ବାଟସ୍‌ଆପ୍‌ ଚାଟ୍‌ ସହ ‘ସମାପନ ପତ୍ର’ର ଏକ ସ୍କ୍ରିନ୍‌ସଟ୍‌ ସେୟାର କରିଛନ୍ତି। ବେଲିନ୍‌ ଏହି ପତ୍ର ତାଙ୍କ ପୂର୍ବ ପ୍ରେମିକାଙ୍କ ପାଇଁ ଲେଖିଥିଲେ। ସେ ପ୍ରେମିକାଙ୍କ ତରଫରୁ ପତ୍ରଟି ‌ନିଜ ଆଡୁ ଲେଖି ପ୍ରେମିକାଙ୍କୁ ସେଥିରେ ଦସ୍ତଖତ କରି ପଠାଇବାକୁ କହିଛନ୍ତି।

ପତ୍ରଟିକୁ ସେ ଟ୍ବିଟର୍‌ରେ ସେୟାର କରିବା ସହ ଲେଖିଛନ୍ତି, ‘ବନ୍ଧୁଗଣ, ସେ ମୋତେ ହଁ କହି‌ଛନ୍ତି ଓ ଏହା ଏବେ ଆନୁଷ୍ଠାନିକ ହୋଇଯାଇଛି’। ଯେପରି ଚାକିରି ଛାଡ଼ିବା ପାଇଁ କର୍ମଚ‌ାରୀ ଇସ୍ତଫା ପତ୍ର ଦେଇଥାନ୍ତି। ଠିକ୍‌ ସେହିପରି ପ୍ରେମ ସଂପର୍କକୁ ଛିନ୍ନ କରି ବ୍ରେକ୍‌-ଅପ୍‌କୁ ନିଶ୍ଚିତ କରିବାକୁ ଯୁବକ ଜଣକ ଏହି ପତ୍ର ଲେଖିଥିଲେ। ପତ୍ରଟିକୁ ପିଡିଏଫ୍‌ କରି ହ୍ବାଟ୍‌ସଆପ୍‌ରେ ପଠାଇବା ସହ ଦସ୍ତଖତ କରିଦେବାକୁ ପ୍ରେମିକାଙ୍କୁ କହିଥିବାର ଆପଣ ଦେଖି ପାରୁଥିବେ।

ଏହା ଅନେକଙ୍କୁ ଅସହଜ ମନେ ହେଉଥିଲେ କି ଅନେକ ଲୋକ ଏହାକୁ ନିଅରା ବ୍ରେକ୍‌-ଅପ୍‌ ବୋଲି କହିଛନ୍ତି। ଯୁବକଙ୍କ ଏହି ‘ସମାପନ ପତ୍ର’ଟି ଏବେ ସୋସିଆଲ୍‌ ମିଡିଆ‌ରେ ଭାଇରାଲ୍‌ ହେବାରେ ଲାଗିଛି।

ଏହି ପୋଷ୍ଟ୍‌ରେ ଏବେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ବ୍ୟବହାରକାରୀ ‘ମୋତେ ଏହି ପିଡିଏଫ୍‌ ପଠାଅ’ ବୋଲି ଲେଖିଥିବା ବେଳେ ଅନ୍ୟ ଜଣେ ବ୍ୟବହାରକାରୀ ‘ବ୍ରେକ୍‌-ଅପ୍‌ କରିବାର ନୂଆ ତରିକା’ ବୋଲି ଲେଖିଛନ୍ତି।