ଭଗବାନ ଶ୍ରୀକୃଷ୍ଣଙ୍କ ରାସେଶ୍ୱରୀ ହେଉଛନ୍ତି ଭଗବତୀ ଶ୍ରୀରାଧା । ଶ୍ରୀକୃଷ୍ଣଙ୍କ ପ୍ରାଣରୁ ହିଁ ତାଙ୍କର ଆବିର୍ଭାବ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ତାଙ୍କର ନିତ୍ୟ ଆରାଧନା କରନ୍ତି ବୋଲି ନାମ ହେଲା ‘ରାଧା’ । ଶ୍ରୀରାଧା ମଧ୍ୟ ଶ୍ରୀକୃଷ୍ଣଙ୍କୁ ସମ୍ୟକ୍ ରୂପରେ ଆରାଧନା କରନ୍ତି, ଏଥିପାଇଁ ସେ ହେଉଛନ୍ତି ରାଧିକା । ସେ ନିର୍ବାଣର ଦାନ କରିଥାନ୍ତି ବୋଲି ‘ ରାଧା’ ନାମରେ ପରିଚିତ ହୋଇଥିଲେ ।
/sambad/media/post_attachments/wp-content/uploads/2018/08/brahma0-300x251.jpg)
ନୃଗପୁତ୍ର ରାଜା ସୁଚନ୍ଦ ଏବଂ ପିତରୋଙ୍କ ମାନସୀ କନ୍ୟା କଳାବତୀଙ୍କର ବୃଷଭାନୁ ଗୋପ ଓ କୀର୍ତ୍ତିଦା ଯୋଗୀ ରୂପରେ ପୁନର୍ଜନ୍ମ ହୋଇଥିଲ। ଯଥା ସମୟରେ ସେ ଦୁହିଁଙ୍କର ବିବାହ ହୋଇ ପୁନର୍ମିଳନ ଘଟିଥିଲା । ବୃଷଭାନୁ ଗୋପ ଏବଂ କୀର୍ତ୍ତିଦା ପୂର୍ବ ଜନ୍ମରେ ପତି-ପତ୍ନୀ ରୂପେ ଦିବ୍ୟ ଦ୍ୱାଦଶ ବର୍ଷ ଯାଏଁ ତପଶ୍ଚାରଣ କରି ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କୁ ପ୍ରସନ୍ନ କରିଥିଲେ । ଏଥିପାଇଁ ବ୍ରହ୍ମା ଉଭୟଙ୍କୁ ବରଦାନ ଦେଇଥିଲେ ଯେ ଦ୍ୱାପର ଯୁଗରେ ଅନ୍ତରେ ଶ୍ରୀକୃଷ୍ଣଙ୍କ ଆଦିଶକ୍ତି ଶ୍ରୀରାଧା ତୁମ ଦୁହିଁଙ୍କର କନ୍ୟା ହେବେ । ଏହିପରି ଭାବେ ଦ୍ୱାପର ଯୁଗର ଶେଷ ସମୟରେ ଯୋଗମାୟା ରାସେଶ୍ୱରୀ ଶ୍ରୀରାଧାଙ୍କ ପାଇଁ ଉପଯୁକ୍ତ କ୍ଷେତ୍ର ରଚନା କରିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/radha78.jpg)