ପୌରାଣିକ ତଥ୍ୟ ଅନୁଯାୟୀ,ଲଙ୍କାପତି ରାବଣ ଏବଂ ତାଙ୍କର ଦୁଇ ଭାଇ ବିଭୀଷଣ ଓ କୁମ୍ଭକର୍ଣ୍ଣ ଭଗବାନ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ତାଙ୍କଠାରୁ ବରଦାନ ପ୍ରାପ୍ତି
କରିବାକୁ ଚାହୁଁଥିଲେ। ତିନି ଭାଇ ଭଗବାନ ବ୍ରହ୍ମାଙ୍କୁ କଠିନ ତପସ୍ୟା କରିବାକୁ ମଧ୍ୟ ଲାଗିଲେ, ଯାହା ଫଳରେ ଭଗବାନ ବ୍ରହ୍ମାଜୀ ସେମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଉକ୍ତ ତିନି ଭାଇଙ୍କୁ ଦର୍ଶନ ଦେବା ସହିତ ବର ମାଗିବାକୁ କହିଲେ।
ତେବେ ଭଗବାନ ବ୍ରହ୍ମାଙ୍କ ମୁହଁରୁ ବର କଥା ଶୁଣି ଲଙ୍କାପତି ରାବଣ ମନୁଷ୍ୟ ହାତରେ ମୃତ୍ୟୁ ବରଣ କରିବାର ବର,କୁମ୍ଭକର୍ଣ୍ଣ ଅଧିକ ସମୟ ଶୋଇବାର ବରକୁ ମାଗିଲେ। ହେଲେ ଯେତେବେଳେ ଭଗବାନ ବ୍ରହ୍ମା ବିଭୀଷଣଙ୍କୁ ବରଦାନ ମାଗିବାକୁ କହିଲେ ତ,ସେ ସେତେବେଳେ ନିଜ ମନରେ କେବେ ବି ପାପ ବିଚାର ନ ଆସିବାର ବର ମାଗିବା ସହିତ ସର୍ବଦା ଦେବତାଙ୍କୁ ଭକ୍ତି କରିବାର ବର ମାଗି ବସିଲେ।

ଏହି ବରଦାନ ଫଳରେ ରାକ୍ଷସ କୁଳରେ ଜନ୍ମ ହେବା ସତ୍ତ୍ୱେ ବିଭୀଷଣ ଯୁଦ୍ଧ ସମୟରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ସାଥୀ ହୋଇଥିଲେ। ଖାଲି ସେତିକି ନୁହେଁ ,ସେ ହେଉଛନ୍ତି ହେଉଛନ୍ତି ଲଙ୍କାପତି ରାବଣଙ୍କର କନିଷ୍ଠ ଭ୍ରାତା ବିଭୀଷଣ, ଯିଏ କି ଭାଇ ରାବଣଙ୍କ ଖରାପ କାର୍ଯ୍ୟକୁ ବିରୋଧ କରଥିଲେ । ଏହା ସଂଗେ ସଂଗେ ରାବଣ ମାତା ସୀତାଙ୍କୁ ଅପହରଣ କରି ନିଜର ପାଟରାଣୀ କରିବାକୁ ପ୍ରୟାସ କରୁଥିଲେ,ସେହିଠାରେ କେବଳ ବିଭୀଷଣ ହିଁ ରାବଣଙ୍କୁ ଏହି ନ କାମ କରିବାରୁ ନିବୃତ୍ତ କରିଥିଲେ।ମାତା ସୀତାଙ୍କୁ ଉଦ୍ଧାର କରିବାରେ ପ୍ରଭୁ ରାମଚନ୍ଦ୍ରଙ୍କୁ ସାହାଯ୍ୟ କରିଥିଲେ।