ଦେବୀଙ୍କ ବରଦାନ ପ୍ରାପ୍ତ କରିବା ପରେ ମଧୁ ଓ କୈଟଭ ଅହଙ୍କାରୀ ହୋଇଉଠିଲେ। ସେ ଦୁହେଁ ସମୁଦ୍ରରେ ଜଳଚର ଜୀବମାନଙ୍କ ସହିତ କ୍ରୀଡା କରିବାରେ ଲାଗିଲେ। ଆକସ୍ମିକ ଭାବେ ଦିନେ ସେ ଦୁହିଁଙ୍କ ଉପରେ ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କ ଦୃଷ୍ଟି ପଡିଲା। ବ୍ରହ୍ମ କମଳାସନରେ ବିରାଜମାନ ଥିଲେ। ସେ ଦୁଇ ଦୈତ୍ୟ ବ୍ରହ୍ମାଙ୍କୁ କହିଲେ, ‘‘ହେ ବ୍ରହ୍ମା ଦେବ! ତୁମେ ଆମ ସହିତ ଯୁଦ୍ଧ କର। ଯଦି ଯୁଦ୍ଧ କରିବାର କ୍ଷମତା ତୁମ ଭିତରେ ନାହିଁ, ତେବେ, ତୁମେ ସେହି କମଳାସନ ପରିତ୍ୟାଗ କର, ଏତେ ଆସନରେ ଉପବେଶନ କରିବାର ଅଧିକାର ତୁମର ନାହିଁ।’’

Advertisment

ମଧୁ ଓ କୈଟଭଙ୍କ ଅହଙ୍କାର ଭରା କଥା ଶୁଣି ବ୍ରହ୍ମା ଦେବ ଖୁବ୍‌ ଚିନ୍ତିତ ହୋଇ ଉଠିଲେ। ତାଙ୍କର ତ ସମସ୍ତ ସମୟ ତପସ୍ୟାରେ ବିତିଚି। ଯୁଦ୍ଧ କରିବା ତ ତାଙ୍କ ସ୍ୱଭାବର ବିପରୀତ କଥା। ବ୍ରହ୍ମା ଭୟଭୀତ ହୋଇ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କଲେ। ସେ ତାଙ୍କର ଶରଣାପନ୍ନ ହେଲେ। ସେତେବେଳେ ବିଷ୍ଣୁ ଯୋଗନିଦ୍ରାରେ ନିମଗ୍ନ ଥିଲେ। ବ୍ରହ୍ମାଦେବ ବିଭିନ୍ନ ପ୍ରୟାସ କରି ବିଷ୍ଣୁଙ୍କ ନିଦ୍ରା ଭଙ୍ଗ କରିବାର ପ୍ରୟାସ କରିଲେ, ମାତ୍ର ସେ ସବୁ ଅସଫଳ ହେଲା। ଭଗବାନ ବିଷ୍ଣୁଙ୍କ ନିଦ୍ରା ଭଙ୍ଗ ହେଲା ନାହିଁ।

publive-image

ଏଣୁ ସେ ଭଗବତୀ ଯୋଗନିଦ୍ରାଙ୍କ ସ୍ତୁତି କରିଲେ। ସେ ପ୍ରାର୍ଥନା ପୂର୍ବକ କହିଲେ,‘‘ଦେବୀ ଭଗବତୀ! ମୁଁ ମଧୁ ଓ କୈଟଭଙ୍କ ବ୍ୟବହାରରେ ଭୟଭୀତ ହୋଇ ତୁମର ଶରଣାପନ୍ନ ହୋଇଛି। ଭଗବାନ ବିଷ୍ଣୁ ତୁମର ମାୟାରେ ଅଚେତ ଅବସ୍ଥାରେ ଅଛନ୍ତି। ତୁମେ ସମଗ୍ର ଜଗତର ମୋତେ ଜଗତ୍‌ସ୍ରଷ୍ଟା ସଜାଇଥିଲ। ଯଦି ମୁଁ ଦୁଇ ଦୈତ୍ୟଙ୍କ ହାତରେ ମୃତ୍ୟୁ ବରଣ କରେ, ତେବେ ତୁମର ବଡ଼ ଅପକୀର୍ତ୍ତି ହେବ। ଏଣୁ ତୁମେ ଭଗବାନ ବିଷ୍ଣୁଙ୍କ ନିଦ୍ରାଭଙ୍ଗ କରାଇ ମୋତେ ରକ୍ଷା କର।’’