ବିଷ୍ଣୁଙ୍କ ବେକରେ କାହିଁକି ଘୋଡ଼ାର ମସ୍ତକ ଯୋଡ଼ିଥିଲେ ବ୍ରହ୍ମା

ପୁରାଣ ଯୁଗରେ ହୃୟଗ୍ରୀବ ନାମକ ଜଣେ ଦୈତ୍ୟ ଥିଲେ। ସେ ଅରମତ୍ୱ ବର ପାଇବାପରେ ବ୍ରହ୍ମାଙ୍କ ହାତରୁ ବେଦ ଛଡ଼ାଇ ଆଣିଲା,ଦେବତା ଓ ଋଷି,ମୁନିମାନଙ୍କୁ ହଇରାଣ ହରକତ କରିବାରେ ଲାଗିଲା। ଯଜ୍ଞାଦି ଧର୍ମାନୁଷ୍ଠାନ ବନ୍ଦ ହୋଇଗଲା।ଦେବତା,ମୁନି,ଋଷି ସମସ୍ତେ ତ୍ରାହି ତ୍ରାହି ଡାକ ଛାଡ଼ିଲେ।
ଏହାପରେ ଅନ୍ୟ ଉପାୟ ନ ପାଇ ବ୍ରହ୍ମାଙ୍କ ସମେତ ଦେବାଦେବୀରଣ ଭଗବାନ ବିଷ୍ଣୁ ନିକଟକୁ ଗଲେ। ସେତେବେଳେ ବିଷ୍ଣୁ ଯୋଗନିଦ୍ରାରେ ନିମ୍ନ ଥିଲେ। ବ୍ରହ୍ମାଦେବ ଭଗବାନ ବିଷ୍ଣୁଙ୍କ ନିଦ୍ରା ଭଗ୍ନ କରିବା ପାଇଁ ବମ୍ରୀ ନାମକ ଏ କୀଟଙ୍କୁ ସୃଷ୍ଟି କଲେ। ସେତେବେଳେ ଭଗବାନ ବିଷ୍ଣୁଙ୍କ ଧନୁରେ ବାଣ ଚଢ଼ାଯାଇଥିଲେ। ସେହି କୀଟ ଧନୁର ପ୍ରତେଞ୍ଚା କାଟି ଦେଲା। ସେହି ସମୟରେ ଏକ ଭୟଙ୍କର ଶବ୍ଦ ହେଲା ଏବଂ ଭଗବାନଙ୍କ ମସ୍ତକ କଟିଯାଇ ଅଦୃଶ୍ୟ ହୋଇଗଲେ। ଶିର ରହିତ ଭଗବାନଙ୍କୁ ଦେଖି ଦେବତାମାନେ ଦୁଃଖିତ ଓ ବ୍ୟଥିତ ହେଲେ। ଦେବଗଣ ଏଭଳି ବିଚିତ୍ର ଅବସ୍ଥା ଦେଖି ସ୍ତୁତି କରିବାରେ ଲାଗିଲେ।
ଅବଶେଷରେ ଭଗବାନ ପ୍ରକଟ ହେଲେ। ସେ କହିଲେ,ଦେବଗଣ! ଆପଣମାନେ ଚିନ୍ତା କରନ୍ତୁ ନାହିଁ। ମୁଁ ଆପଣଙ୍କ କଲ୍ୟାଣପାଇଁ କାର୍ଯ୍ୟ କରିବି। ଏହାପରେ ବ୍ରହ୍ମାଜୀ ଏକ ଘୋଡାର ମସ୍ତକ କାଟି ଭଗବାନଙ୍କ ବେକରେ ଯୋଡ଼ି ହେଲେ। ଏହା ଫଳରେ ଭଗବାନଙ୍କର ହୟଗ୍ରୀବ ଅବତାର ହୋଇଗଲା। ସେ ସେହି ରୂପରେ ଦୁଷ୍ଟ ଦୈତ୍ୟ ହୟଗ୍ରୀବକୁ ବଧ କରିବେ,ଏହା କହି ବିଷ୍ଣୁ ଅନ୍ତର୍ଧ୍ୟାନ ହୋଇଗଲେ।


ଭଗବତୀଙ୍କ କଥା ଅନୁଯାୟୀ, ବ୍ରହ୍ମା ଏକ ଘୋଡ଼ାର ମସ୍ତକ ବିଷ୍ଣୁଙ୍କ ବେକରେ ଯୋଡ଼ିଥିଲେ। ତା’ପରେ ଭଗବାନ ବିଷ୍ଣୁ ହୟଗ୍ରୀବ ନିକଟକୁ ଗଲେ। ଦୈତ୍ୟ ସହିତ ଭଗବାନ ହୟଗ୍ରୀବାବତାରରେ ଯୁଦ୍ଧ କରିଲେ। ପରିଶେଷରେ ଭଗବାନ ବିଷ୍ଣୁଙ୍କ ହାତରେ ହୟଗ୍ରୀବଙ୍କର ମୃତ୍ୟୁ ହେଲା। ହୟଗ୍ରୀବର ବଧ କରି ଭଗବାନ ବିଷ୍ଣୁ ପୁନର୍ବାର ବ୍ରହ୍ମାଙ୍କୁ ବେଦ ସମର୍ପଣ କରିଲେ ଏବଂ ଦେବତା ଓ ମୁନି ଋଷିମାନଙ୍କର ସଙ୍କଟମୋଚନ କରିଲେ।

ସମ୍ବନ୍ଧିତ ଖବର