ଦୁନିଆ ଛାଡ଼ି ଚାଲିଯିବା ପୂର୍ବରୁ ୭ଜଣଙ୍କ ଜୀବନ ବଞ୍ଚାଇଲେ ଯୁବକ,ଶରୀରର ବିଭିନ୍ନ ଅଙ୍ଗଦାନ କରି ସୃଷ୍ଟି କଲେ ଇତିହାସ

ବେଙ୍ଗାଲୁରୁ : କଥାରେ ଅଛି ଅଙ୍ଗଦାନ ମହାପୁଣ୍ୟ । ଏହି କଥାକୁ ମାନି ଏକା ସାଙ୍ଗରେ ୭ଜଣଙ୍କୁ ଅଙ୍ଗଦାନ କରି ନୂଆ ଜୀବନ ଦେଇଛନ୍ତି କର୍ଣ୍ଣାଟକର ଜଣେ ଯୁବକ । ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କର ବ୍ରେନ୍‌ ଡ଼େଡ଼୍‍ ହୋଇଯିବାରୁ ଯୁବକଙ୍କ ହାତ, ହୃଦୟ, ଆଖି କିଡ଼୍‍ନି,ଯକୃତ ଇତ୍ୟାଦି ଦାନ କରାଯାଇଛି । ଏହାଦ୍ୱାରା ବିଭିନ୍ନ ସହରରେ ଥିବା ରୋଗୀଙ୍କୁ ନୂଆ ଜୀବନ ମିଳିଛି ।

Behindwoods

ସୂଚନା ମୁତାବକ, ନଭେମ୍ବର ୧୫ରେ ଜଣେ ଟେଲିକମ କର୍ମଚାରୀ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ନଭେମ୍ବର ୧୯ରେ ତାଙ୍କର ବ୍ରେନ୍‌ ଡ଼େଡ଼୍‍ ହୋଇ ଯାଇଥିବା ଡ଼ାକ୍ତର ଜଣାଇଥିଲେ । ଯାହା ପରେ ତାଙ୍କ ପରିବାରର ଅନୁମତି କ୍ରମେ ଯୁବକଙ୍କ ହାତ ପଣ୍ଡିଚେରୀର ଜଣେ ଯୁବକଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ପଣ୍ଡିଚେରୀର ଜଣେ ଯୁବକ ଦୁର୍ଘଟଣାରେ ନିଜର ହାତ ହରାଇଥିବା ବେଳେ ତାଙ୍କୁ ପୁଣି ଥରେ ହାତ ମିଳିବା ସହ ଅନ୍ୟ ୬ଜଣଙ୍କୁ ଟେଲିକମ କର୍ମଚାରୀଙ୍କ ବିଭିନ୍ନ ଅଙ୍ଗଦାନ କରାଯାଇଥିଲା ।

ସମ୍ବନ୍ଧିତ ଖବର