ଭାରତୀୟମାନଙ୍କ ମସ୍ତିଷ୍କର ଆକାର ପାଶ୍ବାତ୍ୟ ରାଷ୍ଟର ଲୋକଙ୍କଠାରୁ ସାମାନ୍ୟ ଛୋଟ : ଗବେଷଣା

ହାଇଦ୍ରାବାଦ: ପୂର୍ବ ଓ ପଶ୍ଚାତ୍ୟ ଦେଶର ଲୋକଙ୍କ ତୁଳନାରେ ଭାରତୀୟଙ୍କର ମସ୍ତିଷ୍କର ଆକାର ଛୋଟ । ହାଇଦ୍ରବାଦର ଏକ ସଂସ୍ଥା ପକ୍ଷରୁ ହୋଇଥିବା ଗବେଷଣାରୁ ଏହି ଚିତ୍ର ସାମ୍ନାକୁ ଆସିଛି । ଲମ୍ବା, ଚଉଡା ଏବଂ ଘନତ୍ୱ ଦୃଷ୍ଟିରୁ ଭାରତୀୟଙ୍କ ମସ୍ତିଷ୍କ ପାଶ୍ବାତ୍ୟ ରାଷ୍ଟର ଲୋକଙ୍କଠାରୁ ସାମାନ୍ୟ କ୍ଷୁଦ୍ର ବୋଲି ଏହି ଗବେଷଣାରୁ ଜଣାପଡିଛି । ହାଇଦ୍ରାବାଦ ଟ୍ରିପଲ-ଆଇଟିର ଗବେଷକମାନେ ପ୍ରଥମ ଥର ଲାଗି ଇଣ୍ଡିଆନ ବ୍ରେନ ଆଟଲାସ ପ୍ରସ୍ତୁତ କରିଛନ୍ତି। ଏହି ଆଟଲାସରୁ ଉପରୋକ୍ତ ତଥ୍ୟ ସାମ୍ନାକୁ ଆସିଛି।

ମସ୍ତିଷ୍କ ସହ ଜଡିତ ବିଭିନ୍ନ ରୋଗ ଓ ସମସ୍ୟାକୁ ଆଧାର କରି ଏଭଳି ଗବେଷଣା କରାଯାଇଛି । ଏହି ଗବେଷଣା ଦ୍ୱାରା ମସ୍ତିଷ୍କ ସହ ଜଡିତ ବିଭିନ୍ନ ସମସ୍ୟା ଜାଣିବା ଅଧିକ ସହଜ ହେବ । ଏଭଳି ଗବେଷଣା ସମ୍ବଳିତ ସନ୍ଦର୍ଭ ନ୍ୟୁରୋଲଜି ଇଣ୍ଡିଆ ନାମକ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଏହି ଗବେଷଣା ଇଣ୍ଟରନ୍ୟାସନାଲ ଇନିଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି ପକ୍ଷରୁ କରାଯାଇଛି । ସଂସ୍ଥାର ଜଣେ ବିଶେଷଜ୍ଞଙ୍କ କହିବା ଅନୁସାରେ, ମସ୍ତିଷ୍କ ସହ ଜଡିତ ବିଭିନ୍ନ ରୋଗକୁ ନଜର ରଖିବା ପାଇଁ ମଣ୍ଟ୍ରିଲ୍ ନ୍ୟୁରୋଲୋଜିକାଲ ଇନଷ୍ଟିଚ୍ୟୁଟ, ଏମଏନଆଇକୁ ମାନକ ରୂପେ ବ୍ୟବହାର କରିଛି  ଆଉ ଗବେଷଣା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ତେବେ ବି‌ଶେଷଜ୍ଞଙ୍କ କହିବା ଅନୁଯାୟୀ, ମସ୍ତିଷ୍କର ଆକାର ଏହାର ଗୁଣବତ୍ତା ସହ ଆଦୌ ଜଡ଼ିତ ନୁହେଁ। ଭାରତୀୟମାନଙ୍କ ମସ୍ତିଷ୍କ କୌଣସି ଗୁଣରେ ପାଶ୍ଚାତ୍ୟ ରାଷ୍ଟ୍ରର ବ୍ୟକ୍ତିଙ୍କ ମସ୍ତିଷ୍କ ତୁଳନାରେ ନ୍ୟୁନ ନୁହେଁ। ଭାରତୀୟଙ୍କ ବୌଦ୍ଧିକ ଦକ୍ଷତା ତୁଳନାତ୍ମକ ଭାବେ ବେଶ୍ ଭଲ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର