ସାରା ଓଡ଼ିଶାରେ ଉତ୍ସାହ
ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଓଡ଼ିଶା: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡ ୨୦୧୯ ପାଇଁ ସାରା ଓଡ଼ିଶାରେ ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର କୋଣ ଅନୁକୋଣରେ ବ୍ୟବସାୟ ଜଗତରେ ସକ୍ରିୟ ଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାଗୁଡ଼ିକ ଏହି ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। କେବଳ ଭୁବନେଶ୍ବର କିମ୍ବା କଟକ ଭଳି ବଡ଼ ସହର ନୁହେଁ, ଯାଜପୁର, ରାଉରକେଲା, ବାଲେଶ୍ବର, ସୋର, ଢେଙ୍କାନାଳ, ସୁନ୍ଦରଗଡ଼, ରାଉରକେଲା, ବ୍ରହ୍ମପୁର, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର ଏବଂ ଜଗତସିଂହପୁର ଭଳି ସ୍ଥାନରୁ ପୁରସ୍କାର ପାଇଁ ଆବେଦନ ଆସିଥିଲା।
ଦୁଇ ଗୁଣା ଅଧିକ ଆବେଦନ
ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ର ଦ୍ବିତୀୟ ସଂସ୍କରଣ ପାଇଁ ଉଦ୍ୟୋଗୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଚଳିତ ସଂସ୍କରଣର ପୁରସ୍କାର ପାଇଁ ଆବେଦନର ସଂଖ୍ୟାରୁ ତାହା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ପ୍ରଥମ ସଂସ୍କରଣ ତୁଳନାରେ ଦ୍ବିତୀୟ ସଂସ୍କରଣ ପାଇଁ ଦୁଇ ଗୁଣାରୁ ଅଧିକ ଆବେଦନ ଆସିଛି। ଏଥର କ୍ଷୁଦ୍ର ଓ ମଧ୍ୟମ ବର୍ଗର ପୁରସ୍କାର ପାଇଁ ଅଧିକ ଆବେଦନ ପହଞ୍ଚିଥିଲା।
ଦୁଇ ସ୍ବତନ୍ତ୍ର ଜୁରି ପୁରସ୍କାର
ଚଳିତ ସଂସ୍କରଣର ବିଜେତା ଚୟନ କରିବା ବିଚାରକ ମଣ୍ଡଳୀ ପାଇଁ ଅତ୍ୟନ୍ତ କଷ୍ଟକର ବ୍ୟାପାର ଥିଲା। ଆବେଦନ କରିଥିବା ସବୁ ସଂସ୍ଥା ସ୍ବତନ୍ତ୍ର ଥିଲେ। ସେମାନଙ୍କ ମଧ୍ୟରୁ ବିଜେତା ଚୟନ କରିବା ପାଇଁ ବିଚାରକ ମଣ୍ଡଳୀ ମଧ୍ୟରେ ଘଣ୍ଟା ଘଣ୍ଟା ଆଲୋଚନା ହୋଇଥିଲା। ଅନ୍ୟ କୌଣସି ଉପାୟ ନପାଇ ମଧ୍ୟମ ଏବଂ କ୍ଷୁଦ୍ର ବର୍ଗରେ ଗୋଟିଏ ଲେଖାଏଁ ସ୍ବତନ୍ତ୍ର ଜୁରି ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ସ୍ବତନ୍ତ୍ର ଟ୍ରଫି
ଏଥର ବିଜେତାମାନଙ୍କୁ ପ୍ରଦାନ କରାଯିବାକୁ ଥିବା ଟ୍ରଫି ଅତ୍ୟନ୍ତ ସ୍ବତନ୍ତ୍ର। ଉତ୍କର୍ଷ ଏବଂ ଉତ୍ସାହର ଭାବକୁ ଟ୍ରଫିରେ ପ୍ରତିଫଳିତ କରିବା ପାଇଁ କାରିଗର ଅନେକ ପରିଶ୍ରମ କରିଛନ୍ତି। ଏହି ଟ୍ରଫିରେ ଓଡ଼ିଶାର ସ୍ବତନ୍ତ୍ର ଛାପ ରହିଛି। ଯେଉଁଠାରେ ଏହା ରହିଲେ ତାହା ଓଡ଼ିଶାର ଉତ୍କର୍ଷର ଉପାସକ ବୋଲି ଜଣାପଡ଼ିବ। ଟ୍ରଫିର ପ୍ରତିଟି ଅଂଶ ପ୍ରସ୍ତୁତ ବେଳେ କାରିଗର ସବୁ ଦିଗକୁ ଧ୍ୟାନ ଦେଇଛନ୍ତି। କଂସା ଧାତୁରେ ଏହାକୁ ତିଆରି କରାଯାଇଛି। କଂସା ସହିତ ଓଡ଼ିଶାର ଏକ ନିବିଡ଼ ସମ୍ପର୍କ ରହିଛି। ଏହି ଟ୍ରଫିକୁ ହାତରେ ନେଲେ ସେହି ଅନୁଭୂତି ମିଳିବ।
ଆମ ଆବେଦନକାରୀ
ପଟିଆ ଇନ୍ଫୋସିଟିର ଡିଏଲ୍ଏଫ୍ ସାଇବର ସିଟିରେ ଥିବା ଅରୋଇନ୍ ଇଣ୍ଡିଆ ଲିମିଟେଡ୍
ସୋରର ବି କେ ଷ୍ଟୋନ୍ କାର୍ଭିଂ ଇଣ୍ଡଷ୍ଟ୍ରିଆଲ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍
ସମ୍ବଲପୁରର କ୍ଷେତରାଜପୁରର ବୁନ୍କାରୀ ଇଣ୍ଡିଆ
ଭୁବନେଶ୍ବର ସଚିବାଳୟ ମାର୍ଗର ସିଟି ମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍
ଚନ୍ଦ୍ରଶେଖପୁର କ୍ୟାପିଟାଲ୍ ପ୍ଲାଜାରେ ଥିବା କମ୍ପ୍ୟୁଟର ଲାବ୍
ପାହାଳ ଭିମପୁରର ଦିବ୍ୟା ମଲ୍ଟିଗ୍ରେନ୍ସ ପ୍ରାଇଭେଟ୍ ଲିମିଟେଡ୍
ବାଲେଶ୍ବରର ଇମାମି ପେପର ମିଲ୍ସ ଲିମିଟେଡ୍
ଭୁବନେଶ୍ବର ପୋଖରିପୁଟର ଏମ୍ପାୱାରଟ୍ରାନ୍ସ ପ୍ରାଇଭେଟ୍ ଲିମିଟେଡ୍
ଲୁଇସ୍ ରୋଡ୍ର ଗ୍ରିନ୍ ଚିଲିଜ୍ କ୍ୟାଟରିଂ ଆଣ୍ଡ ଫୁଡସ୍ ପ୍ରାଇଭେଟ୍ ଲିମିଟେଡ୍
ପଳାଶୁଣୀର ହାଇଟେକ୍ ଇଣ୍ଡଷ୍ଟ୍ରିଜ୍
ଭୁବନେଶ୍ବର ପ୍ରାଚୀ ଏନ୍କ୍ଲେଭ୍ରେ ଥିବା ଇନଥିଙ୍କସ୍ ଗାଜେଟ୍ସ ପ୍ରାଇଭେଟ୍ ଲିମିଟେଡ୍
ଟଙ୍କପାଣୀ ରୋଡ୍ର ଇଣ୍ଟ୍ରାକ୍ସିସ୍ ବିଜନେସ୍ ଲିମିଟେଡ୍
ପଳାଶୁଣୀର ଜୟଦୁର୍ଗା କେମିକାଲ୍ସ
ହରିୟାନା ହିସାନର ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍
କଟକ ତ୍ରିଶୁଳିଆର ଜେଏମ୍ଏସ୍ ମେଡିକନ୍ ପ୍ରାଇଭେଟ୍ ଲିମିଟେଡ୍
ମଞ୍ଚେଶ୍ବର ଶିଳ୍ପାଞ୍ଚଳର ଜ୍ୟୋତି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇକ୍ବିପ୍ମେଣ୍ଟ୍ କଂପାନି
କଟକ ଜଗତପୁରର କଳିଙ୍ଗ ପ୍ୟାକର୍ସ ପ୍ରାଇଭେଟ୍ ଲିମିଟେଡ୍
ଚନ୍ଦକା ଶିଳ୍ପାଞ୍ଚଳର ଲିଙ୍ଗରାଜ ଗ୍ରାନାଇଟ୍ ପ୍ରାଇଭେଟ୍ ଲିମିଟେଡ୍
ମଞ୍ଚେଶ୍ବର ଶିଳ୍ପାଞ୍ଚଳର ଓଡ଼ିଶା ଟ୍ରାନ୍ସଫରମର୍ସ ପ୍ରାଇଭେଟ୍ ଲିମିଟେଡ୍
ରସୁଲଗଡ଼ର ବୈଦ୍ୟବୁଟି ଫାର୍ମାସି
କଟକ ନୂଆ ଶିଳ୍ପାଞ୍ଚଳର ଓଡ଼ିଶା ଇଞ୍ଜିନିୟରିଂ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍
ଜଗତସିଂହପୁରର ମା’ନାରାୟଣୀ
କଟକ ଅପର ତେଲେଙ୍ଗା ବଜାରର ମଣିରାମ କିରୋଡିମଲ୍
ଜୟଦେବ ବିହାରର ମେ’ ଫେୟାର ହୋଟେଲ୍ସ ଆଣ୍ଡ ରିସୋର୍ଟସ୍ ଲିମିଟେଡ୍
ବ୍ରହ୍ମପୁରର ମଡର୍ଣ୍ଣ ଟେଷ୍ଟ୍ ସେଣ୍ଟର୍
କଟକର ମୁରର୍କା ବିସ୍କୁଟସ୍ ପ୍ରାଇଭେଟ୍ ଲିମିଟେଡ୍
ଭୁବନେଶ୍ବର ସୂର୍ଯ୍ୟନଗରର ନରଭିରାମ୍ ପାୱାର ଆଣ୍ଡ୍ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍
ଭୁବନେଶ୍ବର ପଟିଆର ନିଲ୍ପ୍ଲାଷ୍ଟ୍ ପଲିମର୍ସ ପ୍ରାଇଭେଟ୍ ଲିମିଟେଡ୍
କଟକ ମହାନଦୀ ରିଙ୍ଗରୋଡ୍ର ଓଡି ରାୟ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍
ସହିଦନଗରର ଓଡ଼ିଶା ଷ୍ଟେଟ୍ ହ୍ୟାଣ୍ଡ୍ଲୁମ୍ ୱିଭର୍ସ କୋଅପରେଟିଭ୍ ସୋସାଇଟି ((ବୟନିକା)
ଭୁବନେଶ୍ବର ଆଇ୍ଆର୍ସି ଭିଲେଜର ପ୍ରାଣ୍ଟାଇ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍
ସହିଦନଗରର କ୍ବେଷ୍ଟ୍ ଏଜୁକେସନାଲ୍ ଟ୍ରଷ୍ଟସ୍
ଯାଜପୁରରୋଡ୍ ବ୍ୟାସନଗରର ରାୟାର୍ଥ ଏଜୁକେସନ୍ ଆଣ୍ଡ୍ ଟ୍ରେନିଂ ପ୍ରାଇଭେଟ୍ ଲିମିଟେଡ୍
ଭିମଟାଙ୍ଗିର ଏସ୍ବି ସିଭିଲ୍ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡ୍
କଳାହାଣ୍ଡି କେସିଙ୍ଗାର ଶିବା ଗାର୍ମେଣ୍ଟସ୍
ବାଲେଶ୍ବର ଭୋଗରାଇର ସିଦ୍ଧିବିନାୟକ କ୍ରିଏଟିଂ ଆର୍ଟ ଆଣ୍ଡ୍ କ୍ରାଫ୍ଟ
କଟକରୋଡ୍ର ଏସ୍କେଏମ୍ ଇନଫ୍ରାଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍
ବାପୁଜୀ ନଗରର ଏସ୍ଏସ୍ ଏଣ୍ଟରପ୍ରାଇଜେସ୍
କଟକର ସେଣ୍ଟ୍ ଜାଭିୟର୍ସ ଗ୍ରୁପ୍ ଅଫ୍ ସ୍କୁଲସ୍
ସହିଦନଗରର ଷ୍ଟେଫିଟ୍ ଜିମ୍
ଢେଙ୍କାନାଳ କୁସପଙ୍ଗାର ଟାଟା ଷ୍ଟିଲ୍ ବିଏସ୍ଏଲ୍
ସମ୍ବଲପୁର ଶାସନର ଦି ବେଦିକ ଏଜୁକେସନାଲ୍ ଟ୍ରଷ୍ଟସ୍
କପିଳପ୍ରସାଦର ୟୁନିକ୍ ପାୱାର ଜେନେରେସନ୍ ପ୍ରାଇଭେଟ୍ ଲିମିଟେଡ୍
ଝାରସୁଗୁଡ଼ାର ବେଦାନ୍ତ ଲିମିଟେଡ୍ ଝାରସୁଗୁଡ଼ା
ହଂସପାଳର ୟୁବସ୍