ବାଇକ୍‌ ଚଳାଇ ଖସି ଯାଉଥିଲେ ଲୁଟେରା, ସାର୍ଟ କଲର୍‌ ଧରି ଟାଣି ଆଣିଲେ ପୁଲିସ୍‌ କନ୍‌ଷ୍ଟେବଲ୍‌

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବା ପରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ଦିଲ୍ଲୀର ଜଣେ କନ୍‌ଷ୍ଟେବଲ୍‌। କନ୍‌ଷ୍ଟେବଲ୍‌ ଜଣକ ଜଣେ ଲୁଟେରାକୁ ଧରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି। ‌ଲୁଟେରା ଜଣକ ବାଇକ୍‌ରେ ଯାଉଥିବା ବେଳେ କନ୍‌ଷ୍ଟେବଲ୍‌ ବି ବାଇକ୍‌ରେ ଆସି ଲୁଟେରାଙ୍କୁ ଟାଣିକି ବାଇକ୍‌ରୁ ତଳକୁ ଖସାଇ ଦେଇଥିଲେ ଓ ତାଙ୍କ ଧରିବାକୁ ସମର୍ଥ ହୋଇଥିଲେ। ଏହି ଭିଡିଓକୁ ଦେଖିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ କନ୍‌ଷ୍ଟେବଲ୍‌ଙ୍କୁ ଭୂରି ଭୂରି ପ୍ରଶଂସା କରିବାରେ ଲାଗିଛନ୍ତି।

 

ଏ ସମସ୍ତ ଘଟଣଳ ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି। କନ୍‌ଷ୍ଟେବଲ୍‌ ଜଣକ ହେଉଛନ୍ତି ସାହାବାଦ୍‌ ଏଡାରି ପୁଲିସ୍‌ ଷ୍ଟେସନ୍‌ର ସତୈନ୍ଦ୍ର। ଲୁଟେରା ଜଣକ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ସତୈନ୍ଦ୍ର ତ‌ାଙ୍କ ସାର୍ଟ କଲର୍‌କୁ ଧରି ଟାଣିକୁ ବାଇକ୍‌ ତଳକୁ ନେଇ ଆସିବା ଦୃଶ୍ୟ କୌଣସି ଫିଲ୍ମ ଦୃଶ୍ୟଠାରୁ କମ୍‌ ନୁହେଁ।

ସତୈନ୍ଦ୍ର ଲୁଟେରାକୁ ଧରିବା ସହ ତାଙ୍କୁ ଗିରଫ କରିଛନ୍ତି। ଭିଡିଓଟି ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ହେବା ପରେ ଏବେ ସୁଦ୍ଧା ୧୨୩ ଲକ୍ଷ ଭିୟୁ ହୋଇ ସାରିଲାଣି। ପୁଲିୗସ୍‌ ମନ୍‌ଷ୍ଟେବଲ୍‌ଙ୍କୁ ତାଙ୍କର ସାହସିକତା ପାଇଁ ପୁରସ୍କାର ଦିଆଯାଉ ବୋଲି ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ମତ ରଖିଛନ୍ତି। ତାଙ୍କ ପରି ପୁଲିସ୍‌ ଥିବାରୁ ସାଧାରଣ ଲୋକ ନିଜକୁ ସୁରକ୍ଷିତ ମଣୁଛନ୍ତି ବୋଲି ଜଣେ ବ୍ୟବହାରକାରୀ କମେଣ୍ଟରେ ଲେଖିଛନ୍ତି।

 

ସମ୍ବନ୍ଧିତ ଖବର