ନୂଆଦିଲ୍ଲୀ: ବ୍ରାଜିଲର ଆମାଜନଠାରେ ଜଣେ ଯୁବକ ନିଜ ପିତାଙ୍କୁ କରୋନା ଟିକା ଦେବାକୁ ନିଜ ପିଠିରେ ବସାଇ ଟିକାକରଣ କେନ୍ଦ୍ରକୁ ନେଇଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ୨୪ ବର୍ଷୀୟ ଯୁବକ ତାବି ନିଜର ୬୭ ବର୍ଷିୟ ପିତାଙ୍କୁ ପିଠିରେ ବସାଇ ଟିକାକରଣ କେନ୍ଦ୍ରକୁ ନେଇ ଯାଉଛନ୍ତି । ତାବି ଏଭଳି ଭାବେ ପୂରା ୬ ଘଣ୍ଟା ନିଜ ପିତାଙ୍କୁ ପିଠିରେ ବସାଇ ଚାଲିବା ପରେ ଟିକାକରଣ କେନ୍ଦ୍ରରେ ପହଞ୍ଚିଛନ୍ତି ।
ଏଭଳି ଫଟୋ ଉତ୍ତୋଳନ କରିଥିବା ଡାକ୍ତର ଏରିକ ଜେନିଙ୍ଗ୍ସ ସିମୋସ କହିଛନ୍ତି କି, ତାବିଙ୍କ ପିତାଙ୍କୁ ପ୍ରାୟତଃ କିଛି ଦେଖାଯାଉ ନାହିଁ । ଏହାସହ ସେ ବହୁମୁତ୍ର ସମସ୍ୟା କାରଣରୁ ଚଲାବୁଲା ବି କରିପାରୁ ନାହାଁନ୍ତି । ସେଥିପାଇଁ ତାବି ତାଙ୍କ ବାପାଙ୍କୁ କାନ୍ଧରେ ବସାଇ ଟିକା ଦେବାକୁ ଆଣିଥିଲେ। ଏହା ସେମାନଙ୍କ ଭିତରେ ଥିବା ଗଭୀର ସଂପର୍କର ଏକ ନିଦର୍ଶନ । ଏହି ଫଟୋ ଜାନୁଆରି ୨୦୨୧ ମସିହାରେ ଉତ୍ତୋଳନ କରାଯାଇଥିବା ବେଳେ ଚଳିତ ବର୍ଷ ଜାନୁଆରି ୧ରେ ଏହାକୁ ଇନଷ୍ଟାରେ ପୋଷ୍ଟ କରିଥିଲେ ଡାକ୍ତର ଏରିକ ଜେନିଙ୍ଗ୍ସ ସିମୋସ।