ନୂଆଦିଲ୍ଳୀ: ପୂର୍ବରୁ ସୋସିଆଲ୍ ମିଡିଆରେ ଆମେ ଅନେକ ମଜାଦାର୍ ଭିଡିଓ ସବୁ ଦେଖିଛେ। ନିକଟରେ ଏପରି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଯାହାକୁ ଦେଖିବା ପରେ କେହି କେହି ଏଥିରେ ମଜାଦାର କମେଣ୍ଟ ଦେଇଛନ୍ତି ତ ପୁଣି କେହି ଏହାକୁ ନିନ୍ଦା କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି ଏକ ବିବାହ ଉତ୍ସବରେ ବର ଓ କନ୍ୟା ସେମାନଙ୍କ ସାତ୍ ଫୈରେ ସମୟରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। କେତେ ଜଣ ଏହି ଭିଡିଓକୁ ଦେଖି ଉପଭୋଗ କରିଛନ୍ତି ତ ପୁଣି କେତେ ଜଣ ଏହାକୁ ଦେଖି ସଂସ୍କାର ଅଭାବ ବୋଲି ମତ ରଖିଛନ୍ତି।
ये शादी है या संस्कारों की आहुति? ये मत भूलिए आप दुनिया में पूजनीय हैं तो केवल अपनी संस्कृति और संस्कारों की वजह से। pic.twitter.com/jZHtEfZpD7
— Vedant Birla (@birla_vedant) March 2, 2021
ବିର୍ଲା ପ୍ରିସିସନ୍ ଟେକ୍ନୋଲୋଜିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବେଦାନ୍ତ ବିର୍ଲା ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ଏହି ୨୭ ସେକେଣ୍ଡ୍ର ଭିଡିଓଟିକୁ ସେୟାର୍ କରି ଲେଖିଛନ୍ତି, ‘ଇଏ ବିବାହ ନା ସଂସ୍କୃତିର ଆହୁତି? ଏକଥା ଭୁଲନ୍ତୁ ନାହିଁ ଯେ ଯଦି ଆପଣ ଦୁନିଆରେ ପୂଜନୀୟ ତାହା କେବଳ ନିଜର ସଂସ୍କୃତି ଓ ସଂସ୍କାର ପାଇଁ।’
ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ୬ ଲକ୍ଷରୁ ଅଧିକ ଭିୟୁ ହୋଇ ସାରିଲାଣି। କେହି କେହି ଦମ୍ପତିଙ୍କୁ ସମାଲୋଚନା କରିଛନ୍ତି ତ ଆଉ କେହି ସେମାନଙ୍କୁ ନିଜର ସମର୍ଥନ ଦେଇଛନ୍ତି।