୩୦ ବର୍ଷ ପୂର୍ବେ ହୋଇଥିଲା ବର ଓ କନ୍ୟାଙ୍କ ମୃତ୍ୟୁ; ଗତକାଲି ବିବାହ କରିଛନ୍ତି ଦୁହେଁ…!

ନୂଆଦିଲ୍ଲୀ: ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଶୀର୍ଷକ ପଢ଼ିବା ପରେ ଭାବୁଥିବେ, ଏହା କିପରି ସମ୍ଭବ ? ଏକଥା ବି  ଭାବୁଥିବେ କି ଯିଏ ୩୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ, ସେମାନେ କିପରି ମୃତ୍ୟୁ ପରେ  ବିବାହ କଲେ? ଏହା କୌଣସି ପ୍ରକାରର ପରିହାସ ନୁହେଁ, ଏହା ଦକ୍ଷିଣ କାନ୍ନଡା ପରମ୍ପରାର ଏକ ଅଂଶ ।

ଆନି ଅରୁଣ ନାମକ ବ୍ୟକ୍ତି ନିଜ ଟ୍ୱିଟରରେ ଏହି କାହାଣୀ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଯେଉଁମାନେ ଦକ୍ଷିଣ କାନ୍ନଡାର ପରମ୍ପରା ବିଷୟରେ ଜାଣି ନଥିବେ ସେମାନଙ୍କ ପାଇଁ ଏହା ମଜାଳିଆ ହୋଇପାରେ । ଅରୁଣ କହିଛନ୍ତି ଯେ, ସେ ଜୁଲାଇ ୨୮ରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଯେଉଁଠାରେ ଉଭୟ ବର ଓ କନ୍ୟାଙ୍କର ପ୍ରାୟ ୩୦ ବର୍ଷ ପୂର୍ବେ ଦେହାନ୍ତ ହୋଇଥିଲା ତଥାପି ସେମାନଙ୍କ ପରିବାର ଉଭୟଙ୍କର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଏକ “ବିଶେଷ ପରମ୍ପରା”, ଯେଉଁଠାରେ ମୃତ ବର ଏବଂ କନ୍ୟାର ପରିବାର ଅଂଶଗ୍ରହଣ କରିଥାନ୍ତି। ଏହି ବିବାହରେ ଶିଶୁମାନଙ୍କୁ ସାମିଲ୍ ହେବା ଅନୁମତି ଦିଆଯାଇ ନଥାଏ । ସମସ୍ତ ରୀତିନୀତି ଦ୍ୱାରା ବିବାହ ସଂପନ୍ନ ହୋଇଥାଏ । ପରେ ଦୁଇ ପରିବାର ପରସ୍ପରର ଘରକୁ ଯାଇଥାନ୍ତି ।

“ଏହା ଏକ ଉତ୍ସବରୁ କମ୍ ନୁହେଁ ଏବଂ ଏହା ଏକ ଅଶୁଭ ବ୍ୟାପାର ମଧ୍ୟ ନୁହେଁ। ପୁଣି  ବିବାହ ଶୋଭାଯାତ୍ରା ବି ହୋଇଥାଏ ଏବଂ ଶେଷରେ ବିବାହ ସଂପନ୍ନ ମଧ୍ୟ ହୋଇଥାଏ। ” ଅରୁଣ ବିବାହର ଅନେକ ଭିଡିଓ ମଧ୍ୟ ଟ୍ୱିଟରରେ ସେୟାର କରିଛନ୍ତି, ଯେଉଁଠାରେ ଅରୁଣ ରୀତିନୀତି ବିଷୟରେ ବର୍ଣ୍ଣନା କରିଛନ୍ତି ।

ସମ୍ବନ୍ଧିତ ଖବର