ବାଇକ୍‌ ଓ କ୍ରେନ୍‌ରେ ହେଉଥିଲା ପ୍ରିୱେଡିଂ ଫଟୋସୁଟ୍‌, ଭିଡିଓ ଭାଇରାଲ୍‌ ହେବା ପରେ ଏମିତି ସବୁ ମିଳିଲା କମେଣ୍ଟ୍‌

ନୂଆଦିଲ୍ଳୀ: ଆଜିକାଲି ବାହାଘର ମାନେ ତ ଫଟୋସୁଟ୍‌  ଆଗ। ଏବେ ସବୁ ବାହାଘର ଫଟୋସୁଟ୍‌ରେ ପ୍ରି ୱେଡିଂ, ୱେଡିଂ ଓ ପୋଷ୍ଟ୍‌ ୱେଡିଂ ଆଦି ଫଟୋସୁଟ୍‌ ରହୁଛି। ଏହି ଫଟୋସୁଟ୍‌ କରିବାକୁ ଯୁବପିଢ଼ି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବି କରୁଛନ୍ତି। କିଛି ଜଣ ଏପରି ଭିଡିଓ କରୁଛନ୍ତି ଯାହାକୁ ଦେଖିଲେ ଆପଣଙ୍କୁ ଏକ ଛୋଟ ସିନେମା ଦେଖିଲା ପରି ଲାଗିବ। ସେହିପରି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଉଭୟ ବର-କନ୍ୟା ସେମାନଙ୍କ ପ୍ରି ୱେଡିଂ ସୁଟ୍‌ ପାଇଁ ଏକ ବାଇକ୍‌‌ରେ ବସି ଭିଡିଓ କରୁଛନ୍ତି।

ଆପଣ ଯେତିକି ପଢ଼ିଲେ କଥାଟା ସେତିକିରେ ସୀମିତ ନୁହେଁ। ସେମାନେ ସିନେମା ଶୈଳୀରେ ବାଇକ୍‌ଟିକୁ ଏକ କାର୍‌ ଉପରେ ଉଡ଼େଇବା ପାଇଁ ଡ୍ରୋନ୍‌ ବି ବ୍ୟବହାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ବାଇକ୍‌ରେ ଦଉଡ଼ା ବନ୍ଧା ହୋଇଛି। ସେହି ବାଇକ୍‌କୁ ଡ୍ରୋନ୍‌ ସହାଯ୍ୟରେ ଉଠାଇକି ନିଆଯାଉଛି।

 

ଏହି ଭିଡିଓଟିକୁ ‘ବେଷ୍ଟ୍‌ ଅଫ୍‌ ଦ ବେଷ୍ଟ୍‌’ ନାମକ ଏକ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର କରାଯାଇଛି। ଭିଡିଓଟି ସେୟାର ହେବା ପରେ ଏବେ ସୁଦ୍ଧା ତାହାର ଭିୟୁ  ପାଖାପାଖି ୧ ମିଲିୟନ୍‌ ହୋଇ ସାରିଲାଣି।

ଭିଡିଓ‌ଟିରେ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ମଜାଦାର୍‌ କମେଣ୍ଟ୍‌ ବି ସବୁ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କ’ଣ ଏପରି ନ କରିଥିଲେ ବିବାହ ହୋଇ ନଥାନ୍ତା?’ ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ମୁଁ ହୁଏତ ଏପରି କରିବା ପ୍ରାକ୍ଟିସ୍‌ କରିବି ନାଇଁ ତ ବିବାହ କରିବି ନାହିଁ।’

ସମ୍ବନ୍ଧିତ ଖବର