ବଜ୍ରପାତ ଯୋଗୁଁ ଭାଙ୍ଗିଗଲା ବାହାଘର

ପାଟଣା:: ବିଭିନ୍ନ କାରଣରୁ ବାହାଘର ଭାଗିଯାଇଥିବା ଆମେ ଶୁଣିଛନ୍ତି। କେତେବେଳେ ଯୌତୁକ ପାଇଁ ତ କେତେବେଳେ କନ୍ୟାର ସୌନ୍ଦର୍ଯ୍ୟ, ଶିକ୍ଷାଗତ କାରଣରୁ ବାହଘର ଭାଙଗି ଯାଇଥଏ। ଆଉ କେତେବେଳେ ବରର ଶିକ୍ଷାଗତ ଯୋଗ୍ୟତା ତ କେତେବେଳେ ରୋଜଗାର, ପରକୀୟା ପ୍ରୀତି ଯୋଗୁଁ ମଧ୍ୟ ବାହାଘର ଭାଙ୍ଗିଯିବା କଥା ଆମେ ଶୁଣିଛନ୍ତି।ମାତ୍ର ନିକଟରେ ବିଜୁଳି ମାରିବା ସମୟରେ ବରର ବିଚିତ୍ର ବ୍ୟବହାର ଯୋଗୁଁ କନିଆଁ ବାହା ହେବାକୁ ମନା କରିଦେବା ପରି ଘଟଣା ସମଗ୍ର ବିହାର ରାଜ୍ୟରେ ପ୍ରଥମ ଥର ପାଇଁ ଘଟିଛି। କେବେ ସେତିକି ନୁହେଁ, ବିବାହର ଅଧୀକାଂଶ ରୀତିନୀତି ଶେଷ ହୋଇଥିଲେ ମଧ୍ୟ କନ୍ୟା ବରକୁ ବହାହେବା ପାଇଁ ମନା କରି ଦେବା ପରେ ଉଭୟ ବରପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ବରପକ୍ଷର କେକେ ଆହତ ହୋଇଥିବାବେଳେ ପୁଲସ କନ୍ୟା ପକ୍ଷରୁ ୩ ଜଣଙ୍କୁ ଗିରଫ କରିଛି।
ବିହାରର ସାରଣ ଜିଲ୍ଲା ସୋନପୁର ଥାନା ଅନ୍ତଗତ ଚିତ୍ରସେନପୁର ଗାଁ ।ଏହି ଗାଁର ରେଣୁକା (ଛଦ୍ମ ନାମ)ଙ୍କର ବିବାହ ଉତ୍ସବ ଚାଲିଥିଲା। ବରଯାତ୍ରୀ ଧରି ବର ଆସିବା ସହିତ ବିବାହର ରୀତିନୀତି ଯଥାରୀତି ହେଉଥଲା । ତେବେ ଏହି ସୟରେ ନିକଟସ୍ଥ ପଡ଼ିଆରେ ବିଜୁଳି ମାରିଥିଲା। ଘଡ଼ଘଡ଼ି ଶବ୍ଦ ଓ ବଜ୍ରପାତକୁ ଦେଖି ବର ବିଚିତ୍ର ଆଚରଣ ଦେଖାଇଥିଲେ। ସତେ ଯେପରି ମାନସିକ ଭାରସ୍ୟା ହରାଇଥିବା ପରି ବରଙ୍କ ବ୍ୟବହାର ଦେଖି କନ୍ୟା ଘର ଲୋକେ ସ୍ତବ୍ଧ ହୋଇ ଯାଇଥିଲେ। ବିବାହ ମଣ୍ଡପରେ ଥିବା କନ୍ୟା ବରର ଏପରି ଆଚରଣ ଦେଖି ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଏହାକୁ ନେଇ ସେଠାରେ ଉଭୟ ବରପକ୍ଷ ଓ କନ୍ୟା ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ଯାଇଥିିଲା। ତେବେ କନ୍ୟାଙ୍କ ନିଷ୍ପତ୍ତିକୁ କନ୍ୟାଘର ଲୋକେ ସମର୍ଥନ କରିବାରୁ ଆଉ ବିବାହ ସମ୍ଭବ ହୋଇ ପାରି ନ ଥିଲା। ଏହାକୁ ନେଇ ଉଭୟ ପକ୍ଷ ମାରପିଟ କରିଥିଲେ ବୋଲି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ବିଜୁଳି ମାରିବାରୁ ସତେ ଯେମିତି ଭୟଙ୍କର ଭାବେ ଭୟ ପାଇ ବର ବିଚିତ୍ର ବ୍ୟବହାର ଦେଖାଇବା ପରେ କନିଆଁ ଆଉ ତାଙ୍କୁ ବିବାହ କରି ନାହାଁନ୍ତି। ଏ ନେଇ ଥାନାରେ ଉଭୟ ପକ୍ଷଙ୍କ ଅଭିଯୋଗକ୍ରମେ ୨ଟି ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ ସିଦ୍ଧେଶ୍ୱର ଆଜାଦ କହିଛନ୍ତି।

ସମ୍ବନ୍ଧିତ ଖବର