ପ୍ରେମିକ ପାଇଁ ‘ଜିତା ଥା ଜିସ୍‌କେ ଲିୟେ’ ଗୀତ ଗାଇଲେ ନବବିବାହିତା ପତ୍ନୀ, ଭକୁଆ ପରି ଚାହିଁ ରହିଥିଲେ ସ୍ବାମୀ

ନୂଆଦିଲ୍ଳୀ: ବିବାହ କେଉଁ ବି ଯୁବକ ବା ଯୁବତୀଙ୍କ ପାଇଁ ବେଶ୍‌ ଖାସ୍‌ ହୋଇଥାଏ। ଏହି ଦିନକୁ ସଭିଏଁ ଅପେକ୍ଷା କରି ରହିଥାନ୍ତି। ମାତ୍ର ଥରେ ଭାବନ୍ତୁ ବିବାହ ଦିନ ଯଦି କାହାକୁ ନିଜର ପୂର୍ବ ପ୍ରେମିକ ବା ପ୍ରେମିକାଙ୍କ କଥା ମନେପଡ଼େ ତ?

ଆମେ ଆଜି ଆପଣଙ୍କୁ ଦେଖାଇବୁ ସେପରି ଏକ ଭିଡିଓ। ଭିଡିଓରେ ଜଣେ ଯୁବତୀ ବିବାହ ପରେ ନିଜ ପୂର୍ବ ପ୍ରେମିକଙ୍କୁ ମନେ ପକାଉଥିବାର ଦେଖିବାକୁ ମିଳିଛନ୍ତି। ଖାଲି ସେତିକି ନୁହେଁ, ସେ ତାଙ୍କ ନବବିବାହିତ ସ୍ବାମୀଙ୍କ ଆଗରେ ପୂର୍ବ ପ୍ରେମିକଙ୍କୁ ମନେ ପକାଇ ଅଜୟ ଦେବଗନ୍‌ଙ୍କ ବହୁ ଲୋକପ୍ରିୟ ଗୀତ ‘ଜିତା ଥା ଜିସ୍‌କେ ଲିୟେ’ ବି ଗାଉଛନ୍ତି।

ଏସବୁ ଦୃଶ୍ୟକୁ ସ୍ବାମୀ ଏକଦମ ଚକିତ ହୋଇ ଦେଖୁଛନ୍ତି। କ୍ୟାମେରାମ୍ୟାନ ଜଣକ ମଜାକ୍‌ ମଜାକ୍‌ରେ ଯୁବତୀଙ୍କୁ ପଚାରି ଚାଲିଛନ୍ତି ଓ ଯୁବତୀ ନିଜ ପୂର୍ବ ପ୍ରେମିକଙ୍କ ବିଷୟରେ ସବୁ କଥା କହି ଚାଲୁଛନ୍ତି। ସେ ଆହୁରି ବି କହୁଛନ୍ତି ଯେ ତାଙ୍କ‌ ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ କରନ୍ତି। ଯେଉଁଠି ବି ଥାଆନ୍ତୁ ତାଙ୍କୁ ଆସି ନେଇ ଯାଆନ୍ତୁ ବୋଲି ସେ କ୍ୟାମେରା ଆଗରେ ନିବେଦନ କରୁଛନ୍ତି। ଏହି ବିବାହ‌ ଯୁବତୀ ଜବରଦସ୍ତ କରିଥିବା ସହ ବିବାହରେ ଖୁସି ନାହାନ୍ତି ବୋଲି ବି ସେ କହୁଥିବାର ଶୁଣିବାକୁ ମିଳିଛନ୍ତି। କେବଳ ସେ ପ୍ରେମିକଙ୍କୁ ଜଳାଇବା ପାଇଁ ବିବାହ କରିଥିବା କଥା ନିଜ ମୁହଁରେ ସ୍ବୀକାର କରିଛନ୍ତି।

ତେବେ ଏହି ଭିଡିଓର ସବୁଠାରୁ ମଜାଦାର କଥା ହେଉଛି ଯୁବତୀଙ୍କ ସ୍ବାମୀଙ୍କ ପ୍ରତିକ୍ରିୟା। ସେ ଯେପରି ଭାବେ ତାଙ୍କ ପତ୍ନୀଙ୍କୁ ଦେଖୁଛନ୍ତି ତାହା ସଭିଙ୍କୁ ବେଶ୍‌ ପସନ୍ଦ ଆସିିଛି।

ସମ୍ବନ୍ଧିତ ଖବର