ନୂଆଦିଲ୍ଲୀ: ଆଜିକାଲି ବିବାହ ଶେଷହେବାପରେ ବର ଓ ବଧୂ ମଞ୍ଚ ଉପ‌ରେ ନୃତ୍ୟ କରୁଥିବାର ଏକ ଟ୍ରେଣ୍ଡ ଚାଲିଛି। କିଏ ମଞ୍ଚ ଉପ‌ରେ ଛିଡ଼ା ହୋଇ ନୃତ୍ୟ କରୁଛି ତ ଆଉ କେହି‌କେହି ଗୀତ ଗାଇ ବିବାହକୁ ଆସିଥିବା ଅତିଥିଙ୍କୁ ଖୁସି କରିବାକୁ ଚେଷ୍ଟା କରିଥାଆନ୍ତି।

Advertisment

ଏମିତି ଅନେକ ନୃତ୍ୟ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଲୋକେ ହସିହସି ବେଦମ ହୋଇଯାଇଥାଆନ୍ତି। ମଞ୍ଚ ଉପରେ ବର ଓ ବଧୂ ମିଶି ନୃତ୍ୟ କରୁଥିବା ବେଳେ କେତେବେଳେ କନ୍ୟା ମଞ୍ଚରୁ ତଳକୁ ଖସି ପଡ଼ିଲାଣି ତ କେତେବେଳେ ବର ନୃତ୍ୟ କରି କରି ଉତ୍ସାହିତ ହୋଇ କନ୍ୟାଙ୍କୁ ଟେକୁଥିବା ବେଳେ ଦୁହେଁ ମଞ୍ଚରେ ଚିତପଟାଙ୍ଗ ମାରି ଥାଆନ୍ତି।

ନିକଟରେ ଏମିତି ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି, ବିବାହ ପରେ ବର ଓ କନ୍ୟା ଘୁମର ଗୀତରେ ନାଚୁଛନ୍ତି। ଏହି ସମୟରେ ନାଚୁନାଚୁ କନ୍ୟା ବରଙ୍କ ପାଦ ତଳେ ଅଚେତ ହୋଇପଡ଼ୁଛନ୍ତି। ସଙ୍ଗେସଙ୍ଗେ ଜଣେ ମହିଳା ଆସି କନ୍ୟାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ବରଙ୍କୁ ଯେମିତି ଏହି ଘଟଣାରେ କୌଣସି ଫରକ ପଡ଼ୁନାହିଁ। ସେନେଇ ‌ସେମିତି ବ୍ୟବହାର ଦେଖାଉଛନ୍ତି।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ମନୁ ଚୌଧୁରୀ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ସେୟାର କରିଛନ୍ତି। ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।