ବ୍ରାହ୍ମଣ ମନ୍ତ୍ର ପଢ଼ୁଥିବା ସମୟରେ ବେଦୀରେ ଶୋଇ ପଡ଼ିଲେ କନ୍ୟା

ନୂଆଦିଲ୍ଲୀ: ବିବାହ ଋତୁ ଚାଲିଛି। ଏହି ସମୟରେ ବିବାହକୁ ନେଇ ବିଭିନ୍ନ ପ୍ରକାର ମାଜାଳିଆ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏହି ଭିଡିଓଗୁଡ଼ିକ ମଧ୍ୟରେ କେତେବେଳେ ବର କନ୍ୟାଙ୍କୁ ଟେକି କି ନେଉଥିବା ବେଳେ ତଳେ ପଡ଼ିଯାଉଛନ୍ତି ତ ଆଉ କେତେବେଳେ ବରବଧୂଙ୍କ ଭିଡିଓ କରୁକରୁ କିଏ ଗାଢ଼ାରେ ପଡ଼ି ଯାଉଛନ୍ତି। ଏହି କ୍ରମରେ ବିବାହ ସମୟର ଏମିତି ଏକ ମଜାଳିଆ ଦୃଶ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।

ଏହି ମଜାଳିଆ ଭିଡିଓକୁ mahesh_photography_vizag ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି।

ଭିଡିଓରେ ବିବାହ ରୀତିନୀତି ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ବେଦୀ ଉପରେ ବ୍ରାହ୍ମଣ ବସି ମନ୍ତ୍ର ପାଠ କରୁଥିବା ବି ଦେଖିବାକୁ ମିଳୁଛି।  ଠିକ ଏତିକି ବେଳେ ବେଦୀରେ ବସିଥିବା କନ୍ୟା ଗାଲରେ ହାତ ଦେଇ ଶୋଇପଡ଼ିଥିଲେ।

 

ମଜାର କଥା ହେଉଛି କନ୍ୟାଙ୍କ ପାଖରେ ବସିଥିବା ବର ଏଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ବେଦୀରେ ଶୋଇ ପଡ଼ିଥିବା କନ୍ୟାଙ୍କୁ ସେ ଡାକିବାକୁ ଚେଷ୍ଟା କରିଥିଲେ। ବରଙ୍କ ଡାକରେ କନ୍ୟାଙ୍କ ନିଦ ହଠାତ ଭାଙ୍ଗି ଯାଇଥିଲା। ଆଉ ସେ ଯେଭଳି ପ୍ରତିକ୍ରିୟା ଦେଇଥିଲେ ତାହା କ୍ୟାମେରାରେ ରେକର୍ଡ ହୋଇଯାଇଥିଲା।

ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଯିଏ ଦେଖୁଛନ୍ତି ସିଏ ହସୁଛନ୍ତି। ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ଲାଇକ୍‌ ମିଳିଛି। ଏଥିସହିତ ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇ କନ୍ୟାଙ୍କ ମଜାକ ବି ଉଡ଼ାଇଛନ୍ତି।

ସମ୍ବନ୍ଧିତ ଖବର