କୋଲକାତା: ବିବାହ ବିଭିନ୍ନ ସ୍ଥାନରେ ସଂପନ୍ନ ହୋଇଥାଏ। ମାତ୍ର ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ କି କିଛି ବିବାହ ହସ୍ପିଟାଲରେ ବି ହୋଇପାରେ! ଏଭଳି ଏକ ଆଶ୍ଚର୍ଯ୍ୟ ଏବଂ କୌତୂହଳପୂର୍ଣ୍ଣ ବିବାହ ହୋଇଛି କୋଲକାତାରେ।
ଘଟଣାଟି ଏପରି, ମହମ୍ମଦ ଶାହାନଓ୍ଵାଜ ଆଲାମ ସାଉଦି ଆରବରେ ଜଣେ ମେକାନିକାଲ୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ। ତାଙ୍କର ବିବାହ ହାଇଦ୍ରାବାଦର ଓକିଲ ହାଏରା ଜେଭେଦଙ୍କ ସହ ସ୍ଥିର ହୋଇଥିଲା। ସେମାନଙ୍କ ବିବାର ବେନିଆପୁକୁରର ୟୁନାଇଟେଡ୍ ପ୍ୟାଲେସ୍ରେ ହେବାର ଥିଲା। ବିବାହର ଟିକିଏ ପୂର୍ବରୁ ହଠାତ୍ କନ୍ୟା ତଳେ ପଡ଼ି ଯାଇଥିଲେ। ଘର ଲୋକ ତୁରନ୍ତ ତାଙ୍କୁ ନେଇ ନିକଟସ୍ଥ ଜିଡି ହସ୍ପିଟାଲ୍ ଏବଂ ଡାଇବେଟିସ୍ ଇନ୍ଷ୍ଟିଟ୍ୟୁଉଟ୍ରେ ଭର୍ତ୍ତି କରିଥିଲେ। ଶେଷରେ ବର ତାଙ୍କର ଯାତ୍ରୀଙ୍କୁ ନେଇ ହସ୍ପିଟାଲ୍ରେ ପହଞ୍ଚିଥିଲେ। ହସ୍ପିଟାଲ୍ ପରିସରରେ ଦେଖିବାକୁ ମିଳିଥିଲା ‘ବିବାହ’ ଚଳଚ୍ଚିତ୍ରର ଦୃଶ୍ୟ। ପନ୍ଦର ଜଣ ପରିବାର ସଦସ୍ୟଙ୍କ ମେଳରେ ବର-କନ୍ୟା ହସ୍ପିଟାଲ୍ ଭିତରେ ହିଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ!
ସେଠାରୁ ବର ୟୁନାଇଟେଡ୍ ପ୍ୟାଲେସ୍କୁ ଫେରି ଅତିଥଇମାନଙ୍କୁ ମଟନ ବିରିୟାନି, ଚିକେନ ଚନାବ, ବେି ନାନ ଆଦି ଖ୍ୟା ପରଷି ସତ୍କାର କରିଥିଲେ।
ତେବେ, ବିବାହ ସଂପନ୍ନ ହେବା ପରେ କନ୍ୟା ହାଏରା କହନ୍ତି, ‘ମୁଁ ଉଭୟ ଖୁସି ବି ଦୁଃଖୀ ବି। ଯେଉଁଭଳି ପରିସ୍ଥିତିରେ ବିବାହ ହେଲା ସେପରି ଆଦୌ ହେବାର ନଥିଲା ସେଥିପାଇଁ ମୁଁ ଦୁଃଖୀ। ମାତ୍ର ଯେଉଁ ସମୟରେ ବିବାହ ହେବାର ଥିଲା ସେହି ସମୟ ମଧ୍ୟରେ ହୋଇପାରିଲା ସେଥିପାଇଁ ମୁୁଁ ଅନେକ ଖୁସି।’
ଏ ସଂପର୍କରେ ଉଭୟଙ୍କ ପରିବାର ବର୍ଗ କହିଛନ୍ତି, ‘ଆମ ଧର୍ମରେ ଝିଅର ହଳଦୀ ପର୍ବ ସରିଯିବା ପରେ ଆମେ ତାହାକୁ ଅଧା ବିବାହ ବୋଲି ଧରି ନେଇଥାଉ। ବିବାହ ଉଚିତ ସମୟରେ ହେବା ଜରୁରୀ। ଆମେ ମାନେ ହସ୍ପିଟାଲ କର୍ମଚାରୀଙ୍କ ସହଯୋଗ ପାଇଁ ସେମାନଙ୍କ ନିକଟରେ କୃତଜ୍ଞ। ସେମାନେ ହସ୍ପିଟାଲ୍ର କନ୍ଫରେନ୍ସ ରୁମ୍ ଖୋଳି ସେଠାରେ ଆମକୁ ସନ୍ଦେସ, ବିସ୍କୁଟ୍, ଚା’, କଫି ପ୍ରଦାନ କରିଥିଲେ।’
ତେବେ ଜାଣିବାକୁ ମିଳିଛି ଯେ ସୋମବାର ହାଏରାଙ୍କ ହଳଦୀ ପର୍ବ ସରିଥିଲା। ତା’ପରେ ପରେ ତାଙ୍କ ପେଟ ପ୍ରବଳ ଜୋର୍ ଯନ୍ତ୍ରଣା ହୋଇଥିଲା ଏବଂ ସେ ବାନ୍ତି କରିଥିଲେ। ମଙ୍ଗଳବାର ସଂଖ୍ୟାରେ ହାଏରା ଆଉ ଯନ୍ତ୍ରଣା ସହ୍ୟ କରିପାରିଲେ ନାହିଁ। ଫଳରେ ସେ ପଡ଼ିଯିବା ପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଗଲା। ତାଙ୍କର ପରୀକ୍ଷା କରାଯିବା ପରେ ଜଣାପଡ଼ିଲା ଯେ ତାଙ୍କ ପେଟରେ ସମାନ୍ୟ ଅସୁବିଧା ରହିଛି। ତେବେ ଏ ସଂପର୍କରେ ଡାକ୍ତର କହନ୍ତି, ‘ଆମେ ତାଙ୍କୁ ବିବାହ ଦିନରେ ଦୁଃଖୀ କରିବାକୁ ତ ଚାହୁଁନାହୁଁ ହେଲେ, ତାଙ୍କୁ ଏବେ ବି ଚିକିତ୍ସାର ଆବଶ୍ୟକତା ଅଛି। ଯଦି କିଛି ଉନ୍ନତି ପରିଲିକ୍ଷିତ ନହୁଏ ତେବେ ଆମେ ଅସ୍ତ୍ରୋପଚାର କରିବୁ।’