ନୂଆଦିଲ୍ଲୀ: ସଂପ୍ରତି ସମୟ ବଦଳିବା ସହିତ ଲୋକମାନଙ୍କ ଚିନ୍ତାଧାରା ବି ବଦଳିଛି। କିଛି ନିଆରା କରି ଦେଖାଇବାର ମାୟାରେ ଆଜିକାଲି ସମସ୍ତେ ବାୟା। ବିଶେଷ କରି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ବର/ବଧୂ ନିଜ ବିବାହ ଦିନକୁ ସ୍ମରଣୀୟ କରି ରଖିବା ପାଇଁ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟଜନକ ଶୈଳୀକୁ ଆପଣାଉ ଥିବା ଦେଖିବାକୁ ମିଳୁଛି। ଏପରି କରୁଥିବା ବର/ବଧୂଙ୍କର କିଛି ଶୈଳୀ ଲୋକମାନଙ୍କୁ ପସନ୍ଦ ଆସୁଥିବା ବେଳେ ଆଉ କିଛି ଶୈଳୀକୁ ଦେଖି ଲୋକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ନିକଟରେ ଏହିପରି ଘଟଣା ଏକ ମାଲେସୀୟ ଯୋଡ଼ିଙ୍କ ସହିତ ଘଟିଥିବା ଦେଖିବାକୁ ମିଳିଛି।
Indiatimes.comକୁଆଁଟନ୍ରେ ଏହି ମାଲେସୀୟ ଯୋଡ଼ି ନିଜ ବିବାହ ଭୋଜିରେ କିଛି ଅଲଗା କରିବା ପାଇଁ ଚିନ୍ତା କରିଥିଲେ। ତେଣୁ ଦୁହେଁ ଘୋଡା କି ଗାଡ଼ି ବଦଳରେ ଆମ୍ବୁଲାନ୍ସରେ ନିଜ ବିବାହ ଭୋଜିରେ ଆସି ପହଞ୍ଚିଥିଲେ। ଦୁହିଁଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ଆମ୍ବୁଲାନ୍ସଟି କୌଣସି ରୋଗୀଙ୍କୁ ନେଇ ଯିବା ସମୟରେ ଯେଭଳି ସାଇରନ୍ ବଜାଇଥାଏ, ସେପରି ବର-ବଧୂଙ୍କୁ ବସାଇ ସାଇରନ୍ ବଜାଇ ବିବାହ ଭୋଜି ପାଇଁ ଆୟୋଜନ ହୋଇଥିବା ସ୍ଥାନରେ ଆସି ପହଞ୍ଚୁଛି। ବର ଡାକ୍ତରଙ୍କ ପୋଷାକ ପିନ୍ଧି ବଧୂକୁ ଆମ୍ବୁଲାନ୍ସରୁ ହୁଇଲ ଚେୟାରରେ ବସାଇ ହଲ ପର୍ଯ୍ୟନ୍ତ ନେଉଛନ୍ତି। ଭିତରକୁ ଯିବା ପରେ ବଧୂ ଉକ୍ତ ହୁଇଲ ଚେୟାରରୁ ଓହ୍ଲାଇ ମଞ୍ଚ ଉପରକୁ ନିଜ ଗୋଡରେ ଚାଲିଚାଲି ଯାଉଛନ୍ତି।
କୌଣସି ଅସୁବିଧା ନଥାଇ ବି ବର-ବଧୂ ଆମ୍ବୁଲାନ୍ସ ଓ ହୁଇଲ ଚେୟାରକୁ ଏଭଳି ବ୍ୟବହାର କରିଥିବା ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୪ମିନିଟ୍ ୧୭ ସେକେଣ୍ଡର ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, କୌଣସି ମନୋରଞ୍ଜନ ପାଇଁ ଆମ୍ବୁଲାନ୍ସର ଏଭଳି ବ୍ୟବହାର କରିବା ଆଦୌ ଠିକ୍ ନୁହେଁ। ସ୍ଥାନୀୟ ସରକାର ଏହି ଘଟଣାକୁ ନେଇ ଯାଞ୍ଚ ବି ଆରମ୍ଭ କରି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/एम्बुलेंस-में-पहुंचे-दूल्हा-दुल्हन.jpg)