ନୂଆଦିଲ୍ଲୀ: ଆପଣ ଇଣ୍ଟରନେଟ୍ରେ ଅନେକ ମଜାଦାର ଭିଡିଓ ଦେଖିଥିବେ। ବିଶେଷ କରି ବିବାହ ସମୟରେ ବର-କନ୍ୟାଙ୍କ ମଜାଦାର ଭିଡିଓ ତ ନିଶ୍ଚୟ ଦେଖିଥିବେ। କେଉଁଠି ବର କନ୍ୟାକୁ ମାଡ଼ ମାରଥାଏ ତ ପୁଣି କେଉଁଠି ବର ମଦ୍ୟପାନ କରିଥିବାରୁ ବାହା ହେବାକୁ ମନା କରେ କନ୍ୟା। ସେହିପରି ଏକ ଭିଡିଓ ସଂପର୍କରେ ଆଜି ଆମେ ଆପଣଙ୍କୁ କହିବୁ, ଯାହାକି ସୋସିଆଲ୍ ମିଡିଆରେ ଏବେ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି।
ଏଠାରେ ସେୟାର ହୋଇଥିବା ୟୁଟ୍ୟୁବ୍ ଭିଡିଓରେ ଏକାଧିକ ମଜାଦାର ଭିଡିଓ ରହିଛି। ମାତ୍ର ଆମେ କହୁଛୁ ୧.୧୫ ମିନିଟ୍ ସମୟରେ ଆରମ୍ଭ ହୋଇଥିବା ସେହି ଭିଡିଓ ବିଷୟରେ। ଏଥିରେ ଦେଖିବାକୁ ମିଳିିଛି ଯେ ଉଭୟ ବର-କନ୍ୟା ପରସ୍ପରଙ୍କୁ ଜୟମାଳା ପିନ୍ଧାଉଛନ୍ତି। ଜୟମାଳା ପିନ୍ଧା ଚାଲିଥିବା ବେଳେ ବାଣ ଫୁଟା ଯାଉଛି। ବାଣ ଶବ୍ଦ ଶୁଣି ଛାନିଆରେ କନ୍ୟା ଜଣକ ଖସି ପଡୁଛନ୍ତି। ବର ଜଣକ ଛିଡ଼ା ହୋଇଥିବା ବେଳେ ତାଙ୍କ ସାମ୍ନାରେ କନ୍ୟା ଖସି ପଡୁଛନ୍ତି।
ବାଣଟି କନ୍ୟାଙ୍କ ପାଖରେ ଫୁଟୁଥିବାରୁ ସେ ଅଚାନକ ଚମକି ପଡ଼ିବାରୁ ଏପରି ପରିସ୍ଥିତି ଉପୁଜିଛି। ସୋସିଆଲ୍ ମିଡିଆରେ ଏପରି ଅନେକ ଭିଡିଓ ଦେଖିବାକୁ ମିଳିଛି। ଆମେ ସେୟାର କରିଥିବା ୟୁଟ୍ୟୁବ୍ ଭିଡିଓରେ ଅନେକ ବିବାହର ମଜା ମୁହୂର୍ତ୍ତର ଭିଡିଓ ଆପଣ ଦେଖିବାକୁ ପାଇବେ।
ଏହି ଭିଡିଓରେ ଜଣେ ବ୍ୟବହାରକାରୀ କମେଣ୍ଟ ଦେଇ ଲେଖିଛନ୍ତି, ‘ଏପରି କରିବା ଅନୁଚିତ। ଦିଦି ଡରିଗଲେ।’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏତେ କ’ଣ ଡରୁଛ? ଛୋଟ ପିଲାକି ତମେ?’