ସହକର୍ମଚାରୀଙ୍କୁ ବିବାହ କରିଥିବାରୁ ଦମ୍ପତିଙ୍କ ଉପରେ ଖୁସି ହେଲେ କମ୍ପାନି ମାଲିକ, କଲେ ଏଭଳି କାମ

ସହକର୍ମଚାରୀଙ୍କୁ ବିବାହ କରିଥିବାରୁ ଦମ୍ପତିଙ୍କ ଉପରେ ଖୁସି ହେଲେ କମ୍ପାନି ମାଲିକ, କଲେ ଏଭଳି କାମ

ନୂଆଦିଲ୍ଲୀ: ଅଧିକାଂଶ ସଂସ୍ଥା ଦମ୍ପତିଙ୍କୁ ଏକାଠି କାମ କରିବାକୁ ଅନୁମତି ଦିଅନ୍ତି ନାହିଁ ଏବଂ ଯଦି ସେମାନେ କରନ୍ତି, ସେଠାରେ ଅନେକ ନିୟମ ରହିଥାଏ। ଯାହାକୁ ସେମାନେ କାମ କରିବା ସମୟରେ ଅନୁସରଣ କରି କରିଥାଆନ୍ତି।

ଦେଖିବାକୁ ଗଲେ ଭାରତୀୟ ତୈଳ କମ୍ପାନିର ଚିନ୍ତାଧାର କିନ୍ତୁ ଭିନ୍ନ ରହିଛି।  ଜାନୁଆରିରେ ଆଇଓସି ଇନ୍-ହାଉସ୍ ପ୍ଲାଟଫର୍ମ ଲଞ୍ଚ କରିଥିଲା। ଏହାର ଉଦ୍ଦେଶ୍ୟ ହେଉଛି କର୍ମଚାରୀମାନଙ୍କୁ ସଂସ୍ଥା ମଧ୍ୟରେ ସେମାନଙ୍କ ଜୀବନସାଥୀ ଖୋଜିବା ପାଇଁ ଉତ୍ସାହିତ କରିବା।

ଏହି କ୍ରମରେ ଅଫିସ୍ କର୍ମଚାରୀ  ଥିବା ସୀମା ଯାଦବ ଏବଂ ତରୁଣ ବନସାଲ ବିବାହ କରିଥିଲେ । କମ୍ପାନିର ପଲିସି ଅନୁଯାୟୀ ଏହା ପ୍ରଥମ ବିବାହ ଥିଲା । ଏଥିରେ ଖୁସି ହୋଇ କମ୍ପାନିର ଅଧ୍ୟକ୍ଷ ଏସ୍.ଏମ୍ ବୈଦ୍ୟା ନିଜେ ବିବାହ ଉତ୍ସବରେ ପହଞ୍ଚି ଦୁହିଁଙ୍କୁ ଉପହାର ଦେଇଥିଲେ।

ଏଥିସହିତ ଟ୍ୱିଟରରେ ଏହି ଦମ୍ପତିଙ୍କ ଫଟୋ ମଧ୍ୟ ସେୟାର କରିଥିଲେ। ଫଟୋ ସହିତ ଦେଇଥିବା ଅଭିନନ୍ଦନ ବାର୍ତ୍ତାରେ  ସେ ଲେଖିଥିଲେ, " ମୁଁ ତରୁଣ ଏବଂ ସୀମାଙ୍କର ଏହି ବିବାହକୁ ଦେଖି ବହୁତ ଖୁସି ଅଛି। ଆମର # IOCians2gether 'ପ୍ଲାଟଫର୍ମ ମାଧ୍ୟମରେ ପ୍ରେମ ପାଇଥିବା ପ୍ରଥମ # ଇଣ୍ଡିଆନ୍ ଅଏଲ ଦମ୍ପତି। ବୈବାହିକ ଜୀବନର ଶୁଭ କାମନା ଜଣାଉଛି! ”

ଅଧିକାରୀଙ୍କ କହିବାନୁସାରେ, କର୍ମଚାରୀମାନେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି କମ୍ପାନିର ଅଂଶବିଶେଷ ରହିବା ସହିତ ଉଭୟ ଗବେଷଣା ଏବଂ ବିକାଶ ବିଭାଗରେ କାମ କରନ୍ତି । କମ୍ପାନି କାର୍ଯ୍ୟାଳୟ ଭିତରେ ସାଥୀ ବାଛି ବିବାହ କରିବା ପଲିସି ଲଞ୍ଚ ହେବାର ଏକ ମାସ ପରେ ଦୁହେଁ ବିବାହ ବନ୍ଧନ‌ରେ ବାନ୍ଧି ହୋଇଥିଲେ। ଟ୍ୱିଟର ପୋଷ୍ଟ ଭାଇରାଲ ହେବା ପରେ ଅନେକ ଲୋକ ସୀମା ଓ ତୁରଣଙ୍କୁ ସେମାନଙ୍କ ବୈବାହିକ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe