ନୂଆଦିଲ୍ଳୀ: ଭାରତୀୟ ବିବାହରେ କନ୍ଦାକନ୍ଦି ଏକ ସାଧାରଣ କଥା। କେଉଁ ବିବାହରେ କନ୍ୟାକୁ କାନ୍ଦିବାର ଦେଖିବାକୁ ମିଳେ ତ କେଉଁଠି କନ୍ୟାଙ୍କ ସଂପର୍କୀୟଙ୍କୁ। ପୁଣି କିଛି କନ୍ୟା ଓ କନ୍ୟାଙ୍କ ପରିବାର ଲୋକ କାନ୍ଦି କାନ୍ଦି ଝିଅ ବିଦା ରୀତି ପୂରା କରନ୍ତି। ହେଲେ ନିକଟରେ ଭାଇରାଲ୍ ହୋଇଥିବା ଏକ ଭିଡିଓଟି ଟିକେ ନିଆରା। ଯେଉଁଥିରେ ବରଙ୍କୁ କାନ୍ଦିବାର ଦେଖିବାକୁ ମିଳିଛି। ବର କାନ୍ଦିବା ପରେ ପରେ କନ୍ୟା ଜଣକ ବି କାନ୍ଦିଛନ୍ତି ମଞ୍ଚ ଉପରେ।
ଭାଇରାଲ୍ ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ବର ଜଣକ ପ୍ରଥମେ ମଞ୍ଚ ଉପରେ ତାଙ୍କ କନ୍ୟାଙ୍କୁ ଅପେକ୍ଷା କରି ରହିଛନ୍ତି। ତା’ପରେ ସଜେଇ ହୋଇ କନ୍ୟା ମଞ୍ଚକୁ ଆସୁଛନ୍ତି। କନ୍ୟାଙ୍କୁ ଦେଖିବା ପରେ ଅଚାନକ ଭାବପ୍ରବଣ ହୋଇ ପଡୁଛନ୍ତି ବର। ସେ ମଞ୍ଚ ଉପରେ କାନ୍ଦିବା ଅାରମ୍ଭ କରୁଛନ୍ତି। ବରଙ୍କୁ କାନ୍ଦିବାର ଦେଖି କନ୍ୟାଙ୍କ ଆଖିରୁ ବି ଲୁହ ଝରି ପଡୁଛି। ତା’ପରେ ଦୁହେଁ ଲୁହ ପୋଛାପୋଛି ହେଉଛନ୍ତି। ଏହି ସ୍ବତନ୍ତ୍ର ମୁହୂର୍ତ୍ତର ଭିଡିଓକୁ କ୍ୟାମେରାମ୍ୟାନ୍ ନିଜ କ୍ୟାମେରାରେ କଏଦ କରି ତାହାକୁ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ କରିବା ପରେ ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି।
View this post on Instagram
ଭିଡିଓଟି ଇନ୍ଷ୍ଟାରେ ‘ୱେଡିଂ କପଲ୍ ଫଟୋଗ୍ରାଫି’ ପେଜ୍ରେ ପୋଷ୍ଟ୍ ହୋଇଛି। ସୋସିଆଲ୍ ମିଡିଆ ବ୍ୟବହାରକାରୀ ଭିଡିଓଟିକୁ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି। ଜଣେ ବ୍ୟବହାରକାରୀ ‘ପ୍ରେମ ବିବାହ ବୋଧହୁଏ’ ବୋଲି ଲେଖିଥିବା ବେଳେ ଅନ୍ୟ ଜଣେ ଲେଖିଛନ୍ତି, ‘ବର ଜଣକ ତ ଖୁବ୍ ଭାବପ୍ରବଣ ବାହାରିଲେ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/06159545-df37-47cc-ab00-8de1b1310da2.jpg)