ବୋହୂକୁ ତରାଜୁରେ ବସାଇ ନକଲି ସୁନାଇଟା ରଖି ଓଜନ କରୁଥିବା ବେଳେ ବର କଲେ ଏଭଳି କାମ

ବୋହୂକୁ ତରାଜୁରେ ବସାଇ ନକଲି ସୁନାଇଟା ରଖି ଓଜନ କରୁଥିବା ବେଳେ ବର କଲେ ଏଭଳି କାମ

ନୂଆଦିଲ୍ଲୀ: ଦୁବାଇରେ ହୋଇଥିବା ଏକ ପାକିସ୍ତାନୀ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।  ଏହି ବିବାହରେ ୨୦୦୮ଚଳଚ୍ଚିତ୍ର 'ଯୋଦ୍ଧ‌ା ଅକବର’ରେ ଥିବା ଏକ ଦୃଶ୍ୟ ଭଳି ଘଟଣା ଦେଖିବାକୁ ମିଳୁଛି। ଏହି ପାକିସ୍ତାନୀ ବିବାହରେ ବୋହୂକୁ ସୁନାର ଇଟାରେ ଓଜନ କରାଯାଉଥିବାର ଆଶ୍ଚର୍ଯ୍ୟଜନକ ଦୃଶ୍ୟ ନଜରକୁ ଆସିଛି। ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରି ନଥିଲା କି ବୋହୂକୁ ଓଜନ କରାଯାଇଥିବା ଇଟା ତାଙ୍କ ବାପଘର ଲୋକ ଯୌତୁକରେ ନା ଶାଶୁଘର ଲୋକ ଉପହାରରେ ଦେଇଛନ୍ତି। ମାତ୍ର ଆଜିର ଯୁଗରେ ଏପରି ପରମ୍ପରା କ୍ବଚିତ ଦେଖାଯାଇଥାଏ।

ଏହି ଭିଡିଓରେ ଦେଖିବାକୁ ମିଳୁଛି ପାକିସ୍ତାନୀ ବୋହୂ ତରାଜୁରେ ବସିଥିବା ବେଳେ ଆରପାର୍ଶ୍ବରେ ଶାଶୁଘର ଲୋକ ସୁନାର ଇଟା ରଖୁଛନ୍ତି। ସେମାନେ ଏପରି ସେପର୍ଯ୍ୟନ୍ତ କରି ଚାଲିଛନ୍ତି ଯେପର୍ଯ୍ୟନ୍ତ ବୋହୂ ବସିଥିବା ପାର୍ଶ୍ବ ସହିତ ତାହା ସମାନ ହୋଇନାହିଁ। ଭିଡିଓଟି ସେତେବେଳେ ଯାଇ ଶେଷ ହେଉଛି ଯେତେବେଳେ ବର ସୁନା ଇଟା ରଖାଯାଇଥିବା ପାର୍ଶ୍ବରେ ଖଣ୍ଡାଟି ରଖୁଛନ୍ତି।

ତେବେ ଭିଡିଓରେ ଦେଖିବାକୁ ମିଳୁଥିବା ଇଟା ସୁନା ନୁହେଁ ବୋଲି କୁହାଯାଉଛି। କିନ୍ତୁ ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe