ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିବାହକୁ ନେଇ ଅନେକ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ବିବାହ ଚାଲିଥିବା ବେଳେ ଏକ ମଜାଳିଆ ଘଟଣା ଘଟିଥିଲା। ଯାହାକୁ ଦେଖି ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ବିବାହ ଚାଲିଛି। ବେଦିରେ ବର ଓ ବଧୂ ବସିଛନ୍ତି। ବର ବଧୂଙ୍କ ଉପରେ ଓ ବଧୂ ବରଙ୍କ ଉପରେ ଫୁଲ ପକାଉଛନ୍ତି। ଏହି ସମୟରେ ବର ଓ ବଧୂଙ୍କ ଚାରିପାର୍ଶ୍ବରେ ସମ୍ପର୍କୀୟମାନେ ବି ଛିଡ଼ା ହୋଇ ରହିଛନ୍ତି। ଏତିକି ବେଳେ ହଠାତ ଏକ ମାଙ୍କଡ଼ ଡିଆଁ ମାରି ବରଙ୍କ କାନ୍ଧ ଉପରେ ଆସି ବସି ପଡ଼ିଥିଲା। ଆଉ ବରଙ୍କ ଉପରେ ବଧୂ ପକାଇଥିବା ଫୁଲକୁ ମାଙ୍କଡ଼ କିଛି ଖାଦ୍ୟ ପଦାର୍ଥ ଭାବି ତାହାକୁ ଟାଣି ଖାଉଥିବା ଦେଖିବାକୁ ମିଳୁଛି। ଏହାପରେ ମାଙ୍କଡ଼ ବରଙ୍କ ମୁଣ୍ଡ ଉପରୁ ଡିଆଁ ମାରି ବଧୂଙ୍କ ମୁଣ୍ଡ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ଏହି ଘଟଣାରେ ବର ଓ ବଧୂ ଭୟଭୀତ ହୋଇଯାଉଥିବା ଭିଡିଓରେ ଦେଖିବାକୁ ମିଳୁଛି।
View this post on Instagram
ତେବେ ଏହି ଘଟଣାର ଦୃଶ୍ୟ କ୍ୟାମେରାରେ କୈଦ ହୋଇଯାଇଥିଲା।
ପରେ ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଛି। ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି।