ରାଜସ୍ଥାନ: ସମୟ ସହିତ ବଦଳିଲାଣି ଯୁଗ। ଯୁଗ ସହିତ ଧୀରେଧୀରେ ବଦଳୁଛି ଆମ ଚାଲିଚଲଣୀ ଓ ଚିନ୍ତାଧାରା। ସମୟ ଥିଲା ଝିଅମାନଙ୍କୁ ଗୋଟିଏ କୋଣରେ ଲୁଚି ରହିବାକୁ ପଡ଼ୁଥିଲା। ଖୁବ କମବୟସ ସେମାନଙ୍କ ବିବାହ କରି ଦିଆଯାଉଥିଲା। ବିବାହ ପରେ ବି ଶାଶୁଘରର ଚାରିକାନ୍ଥ ଭିତରେ ଝିଅ ବା ମହିଳାମାନଙ୍କୁ ବନ୍ଦୀ କରି ରଖାଯାଉଥିଲା। ସେମାନଙ୍କୁ ଦିଆଯାଉ ନଥିଲା କୌଣସି ପ୍ରକାର ସ୍ବାଧୀନତା।

Advertisment

ପୁରୁଷଙ୍କ ସହିତ ପାଦରେ ପାଦ ମିଳାଇ ଚାଲିବାକୁ ଅଣ୍ଟାଭିଡ଼ିଛନ୍ତି ମହିଳା

ବର୍ତ୍ତମାନ ସମୟ ଖୁବ  ଯାଇଛି। ସମାଜରେ ପୁରୁଷଙ୍କ ସହିତ ପାଦରେ ପାଦ ମିଳାଇ ଚାଲିବାକୁ ଅଣ୍ଟାଭିଡ଼ିଛନ୍ତି ମହିଳା। ଆଜିକା ମହିଳା ଚଳାଉଛନ୍ତି ଦେଶ। ମହାକାଶରେ ପହଞ୍ଚିବା ଠାରୁ ଆରମ୍ଭ କରି ଉଡ଼ାଛଛନ୍ତି ବିମାନ ଚଲାଉଛନ୍ତି ଟ୍ରେନ। ସମ୍ଭାଳୁଛନ୍ତି ଅନେକ ବଡ଼ବଡ଼ କମ୍ପାନିର ଗୁରୁତ୍ବପୂର୍ଣ୍ଣ ଭାର।
ଏଭଳି କ୍ଷେତ୍ରରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ କନ୍ୟା ବରଙ୍କ ଭଳି ବିବାହ ପାଇଁ ରୋସଣୀ ସହିତ ବାଜା.. ବାଣ ଫୁଟାଇ କନ୍ୟା ଯାତ୍ରୀଙ୍କ ଧରି ମଣ୍ଡପ ଅଭିମୁଖେ ବାହାରିଥିବା ଦେଖିବାକୁ ମିଳୁଛି।

Latest and Breaking News on NDTV

ଅଧିକପଢ଼ନ୍ତୁ:କାହିଁକି ବିବାହ ରୀତିନୀତିର ସବୁ ଫଟୋ ହଟାଇ ଦେଲେ ସ୍ମୃତି ମନ୍ଧାନା?

ଝିଅର ରୋସଣୀ କରି ବିବାହ ମଣ୍ଡପ ଯାଏଁ ନେଲେ ବାପା

ସାଧାରଣତଃ! ସମାଜରେ ବିବାହ ସମୟରେ କନ୍ୟା ମୁଣ୍ଡରେ ଓଢ଼ଣୀ ଦେଇ ଘରେ ସଜେଇ ହୋଇ ବସିଥିବା ବେଳେ ବର ତାଙ୍କର ବରଯାତ୍ରୀ ଧରି କନ୍ୟା ଘରେ ଯାଇ ପହଞ୍ଚିଥାଆନ୍ତି। ଭାଇରାଲ ହୋଇଥିବା ଭିଡିଓରେ ଘଟଣା ଠିକ ଓଲଟା। ପିତା ତାଙ୍କ କନ୍ୟାଙ୍କୁ ରୋସଣୀ କରି ବିବାହ ମଣ୍ଡପରେ ପହଞ୍ଚାଇଥିଲେ। ଏହି ଘଟଣା ଖୁବ ଚର୍ଚ୍ଚାରେ ପରିସରରେ ରହିଛି।

ବାପାଙ୍କ ବାର୍ତ୍ତା: ' ଝିଅ ମୋର ଗର୍ବ'

ରାଜସ୍ଥାନର ଟୋଙ୍କ ବିନ୍ଦୋରୀ ଅଞ୍ଚଳରେ ବସବାସ କରୁଥିବା ନିଲିମା ବିବାହ ପାଇଁ ପ୍ରସ୍ତୁତ ହୋଇସାରିଥିଲେ। ଏହି ସମୟରେ ହଠାତ ତାଙ୍କ ବାପା ଏକ ସୁସଜ୍ଜିତ ଗାଡ଼ି ସହିତ ରୋସଣୀ ନେଇ ଘରେ ପହଞ୍ଚି ଯାଇଥିଲେ। ଆଉ ସମସ୍ତଙ୍କୁ କହିଥିଲେ ମୋ ଝିଅ ବି ପୁଅଙ୍କ ପରି ରୋସଣୀ କରି.. ବାଜା ବଜାଇ ଯିବ। ସମସ୍ତେ ଏଥିପାଇଁ ପ୍ରସ୍ତୁତ ହୋଇଯାଅ। କିଛିସମୟ ପରେ ବାହାରିଥିଲା ନିଲିମାଙ୍କ ପ୍ରୋସେସନ। ନିଲିମାଙ୍କ ବାପାଙ୍କ ଏ ପଦକ୍ଷେପ ଦେଖି ବିବାହରେ ଉପସ୍ଥିତ ଥିବା ଅତିଥିଙ୍କ ସମେତ ବରପକ୍ଷ ବି ଖୁବ ପ୍ରଶଂସା କରିଥିଲେ।ନିଳିମାଙ୍କ ବିବାହ ପ୍ରୋସେସନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।

ଅଧିକପଢ଼ନ୍ତୁ:ଧ୍ବଜାରୋହଣ ଉତ୍ସବ: ୪୪ମିନିଟର ସେହି ଶୁଭ ମୂହୂର୍ତ୍ତ ଏହି କାରଣରୁ ରହିଛି ସ୍ବତନ୍ତ୍ର