କୋଲକାତା: ସୋସିଆଲ୍ ମିଡିଆରେ ଆପଣ ଅନେକ ଭାଇରାଲ୍ ଭିଡିଓ ଦେଖିଥିବେ। ଆଜିକାଲି ବିବାହ ଋତୁ ଚାଲୁଥିବାରୁ ଅନେକ ବାହାଘର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ପଶ୍ଚିମବଙ୍ଗର ପୂର୍ବ ବର୍ଦବାନର ଏକ ଭିଡିଓ ଏବେ ଖୁବ୍ ଜୋର୍ରେ ଭାଇରାଲ୍ ହେଉଛି। ଭିଡିଓକୁ ଦେଖିବା ପରେ ଆପଣ ନିଜ ହସ ରୋକିପାରିବେ ନାହିଁ। କାରଣ ଭିଡିଓରେ ଦେଖିବାକୁ ମିଳିଛି ଯେ କନ୍ୟା ଜଣକ ନିଜ ବାହାଘରରେ ସରକାରୀ ସ୍କୁଲ୍ରେ ଚାକିରି ଦିଅ କହି ନାରା ଲଗାଉଛନ୍ତି।
ସୂଚନାରୁ ପ୍ରକାଶ ଯେ କନ୍ୟା ଜଣକ ୨୦୧୪ ମସିହାରେ ଟେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ହେଲେ ତାଙ୍କୁ ଏପର୍ଯ୍ୟନ୍ତ ଚାକିରି ମିଳିନାହିଁ। ସେହି କାରଣରୁ କନ୍ୟା ଜଣକ ନିଜ ବିବାହରେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ଶିକ୍ଷୟିତ୍ରୀ ଚାକିରି ପାଇଁ ଦାବି କରିଛନ୍ତି।
ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେଉଛି। କନ୍ୟାଙ୍କ ନାମ ଅଭୟା ରାୟ ଏବଂ ସେ ରାଜ୍ୟର ଭାତାର ଅଞ୍ଚଳରେ ରହୁଛନ୍ତି। ତାଙ୍କ ବିବାହ ଚଟ୍ନି ଗାଁର ବାସିନ୍ଦା ରିଣ୍ଟୁଙ୍କ ସହ ହୋଇଛି। ତେବେ ମଜାଦାର କଥା ହେଉଛି କନ୍ୟା ଜଣକ ସ୍ଲୋଗାନ୍ ଦେଇଥିବା ବେଳେ ତାଙ୍କ ସ୍ବାମୀ ମଧ୍ୟ ତାଙ୍କୁ ସମର୍ଥନ କରି ସ୍ଲୋଗାନ୍ ଦେଇଛନ୍ତି।
ତେବେ ଅଭୟା ତାଙ୍କ ବିବାହରେ କହୁଛନ୍ତି, ‘ଆମର ବିଶେଷ ଦିନ ବୋଲି କିଛି ନାହିଁ। କାରଣ ଆମ ନିକଟରେ ବେରୋଜଗାରିଆର କଷ୍ଟ ଅଛି। ମୁଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିବେଦନ କରୁଛି ଆମ ପରି ଯୋଗ୍ୟ ବେରୋଜଗାରିଆଙ୍କୁ ଚାକିରି ଦେଇ କଷ୍ଟ ଦୂର କରନ୍ତୁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Untitled-54.jpg)