ବାହା ହେବାକୁ ଥିବା ବରପାତ୍ର ସହ ଏହି କାରଣରୁ ସପ୍ତାହେ ପୂର୍ବରୁ ବିବାହ କଲେ ଯୁବତୀ

ନୂଆଦିଲ୍ଲୀ: ବବାହ ପୂର୍ବରୁ କନ୍ୟ‌ା ପ୍ରେମିକ ସହ ପଳାଇବା, ବିବାହ ନକରିବା ପାଇଁ ସେ ସ୍ଥାନ ଛାଡ଼ି ଏକୁଟିଆ ପଳେଇବା, ଏପରିକି ବିବାହ ମଣ୍ଡପ ଛାଡ଼ି ପଳାଇବା କଥା ଆପଣ ଶୁଣିଥିବେ। ମାତ୍ର ଆମେ ଆଜି ଏକ ଏପରି କଥା କହିବୁ, ଯାହା ଆପଣଙ୍କୁ ଚକିତ କରିବ। ଜଣେ ଝିଅ ନିଜ ବିବାହର ସପ୍ତାହେ ପୂର୍ବରୁ ଘର ଛାଡ଼ି ଭାଗି ଯାଇଛନ୍ତି। ତାହାର କାରଣ ଜାଣିଲେ ଆପଣ ଅଧିକ ଆଶ୍ଚର୍ଯ୍ୟ ହେବେ।

ଜାଣିବାକୁ ମିଳିଛି ଯେ କନ୍ୟାଙ୍କ ଭଉଣୀ ତ‌ାଙ୍କ ବିବାହ ଦିନ ନିଜ ପ୍ରେମିକଙ୍କୁ ବିବାହ ପ୍ରସ୍ତାବ ଦେଇଥାନ୍ତେ। ଫଳରେ ସବୁ ଅତିଥିଙ୍କ ଧ୍ୟାନ ତାଙ୍କ ଭଉଣୀ ଆଡ଼େ ଚାଲିଯିବ ଭାବି ସେ ବିବାହ ପୂର୍ବରୁ ହିଁ ଘର ଛାଡ଼ି ପଳାଇ ଯାଇଥିବା ଜାଣିବାକୁ ମିଳିଛି। ସେ ଯାହାକୁ ବିବାହ କରିଥାନ୍ତେ ତାଙ୍କ ସହ ହିଁ ଭାଗି କରି ଯାଇ ସ୍ଥିରୀକୃତ ଦିନ ଆଗରୁ ବିବାହ କରିଛନ୍ତି।

ସେ ନିଜେ ଏହି ଘଟଣାର ଖୁଲାସା ସୋସିଆଲ୍‌ ମିଡିଆରେ କରିଛନ୍ତି। ସାମାଜିକ ଗଣମାଧ୍ୟମ ସଂସ୍ଥା ରେଡ୍ଡିଟ୍‌ରେ ଯୁବତୀ ଜଣକ ଲେଖିଛନ୍ତି ଯେ ‘ଯେଉଁ ଦିନ ତାଙ୍କର ବିବାହ ହେବାକୁ ଥିଲା ସେହିଦିନ ହିଁ ତାଙ୍କ ଭଉଣୀ ନିଜ ପ୍ରେମିକଙ୍କୁ ପ୍ରପୋଜ୍‌ କରିଥାନ୍ତେ। ପରିବାର ଲୋକ ତାଙ୍କୁ ଏହି କଥା କହି ନଥିଲେ। ସେମାନେ ତାଙ୍କୁ ସର୍‌ପ୍ର‌ାଇଜ୍‌ ଦେବାକୁ ଚାହୁଁଥିଲେ। ମାତ୍ର ଯେବେ କନ୍ୟାଙ୍କୁ ଏହି କଥା ଜଣାପଡ଼ିଲା ସେ ଓଲଟା ପରିବାର ଲୋକଙ୍କୁ ସର୍‌ପ୍ରାଇଜ୍‌ ଦେଇ ଦେଲେ। ଯୁବତୀ ବିବାହ ତାରିଖ ଆଗରୁ କରିଥିବା ଏହି ବିବାହ ସଂପର୍କର ନିଜ ଘର ଲୋକଙ୍କୁ ନଜଣାଇ କେବଳ ନିଜର କିଛି ବନ୍ଧୁଙ୍କୁ ନିମନ୍ତ୍ରଣ କରିଥିଲେ।

 

ସମ୍ବନ୍ଧିତ ଖବର