ନିଜ ବାହାଘରରେ ମଜାଳିଆ ଡ୍ୟାନ୍ସ କଲେ କନ୍ୟା; ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ବାହାଘର ବେଳର ମଜାଳିଆ ଓ ଆଶ୍ଚର୍ୟ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଦେଖି ଆଶ୍ଚର୍ୟ୍ୟ ଲାଗୁଥିବା ବେଳେ କିଛି ଭିଡିଓ ଦେଖିବା ପରେ ହସକୁ ନିୟନ୍ତ୍ରଣ କରିହୁଏ ନାହିଁ । ଏହିପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ କନ୍ୟାଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି ।

ଲୋକମାନେ କନ୍ୟାର ଏହି ନୃତ୍ୟକୁ ବହୁତ ପସନ୍ଦ କରିଛନ୍ତି । କନ୍ୟାଙ୍କ ନୃତ୍ୟ ଏତେ ମଜାଳିଆ ଯେ ଲୋକମାନେ ଏହି ଭିଡିଓ ଉପରେ ବିଶେଷ ପ୍ରତିକ୍ରିୟା ଦେଉଛନ୍ତି । ଭିଡିଓରେ ବାହାଘର ସମୟରେ ବର-କନ୍ୟା ମଞ୍ଚ ଉପରେ ଏକାଠି ଠିଆ ହୋଇଛନ୍ତି, କିନ୍ତୁ ହଠାତ୍ କନ୍ୟାଜଣକ ମଞ୍ଚରେ ନାଚିବା ଆରମ୍ଭ କରିଥିଲେ । କନ୍ୟାଜଣକ ଦକ୍ଷିଣ ଭାରତୀୟ ଗୀତରେ ବହୁତ ମଜା ସହିତ ନାଚୁଛନ୍ତି । କନ୍ୟାକୁ ଏଭଳି ଡ୍ୟାନ୍ସ କରୁଥିବାର ଦେଖିକି ଜଣାପଡୁଛି ଯେ, ତାଙ୍କ ବିଷୟରେ ଲୋକେ କ’ଣ ଭାବିବେ ସେଥିପ୍ରତି ସେ ଧ୍ୟାନ ଦେଇନାହାନ୍ତି । ନୃତ୍ୟ ସମୟରେ ସେ ବର ଆଡକୁ ମଧ୍ୟ ଇସାରା କରି ନାଚିଛନ୍ତି । ଚାରିପାଖରେ ଠିଆ ହୋଇଥିବା ଲୋକମାନେ କନ୍ୟାକୁ ଦେଖି ଆଶ୍ଚର୍ୟ୍ୟ ହୋଇଯିବା ସହିତ ତାଙ୍କ ନୃତ୍ୟରେ ତାଳି ମାରିଛନ୍ତି ।

ସୋସିଆଲ ମିଡିଆରେ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏପର୍ୟ୍ୟନ୍ତ ୨ ଲକ୍ଷରୁ ଅଧିକ ଲାଇକ୍ ଆସିସାରିଛି । ଜଣେ ଉପଭୋକ୍ତା ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ କହିଛନ୍ତି, ‘ୱା କ୍ୟା ଷ୍ଟାଇଲ ହୈ’ । ଅନ୍ୟ ଜଣେ ଉପଭୋକ୍ତା ମଧ୍ୟ କହିଛନ୍ତି ଯେ, ‘ମୁଁ ମଧ୍ୟ ମୋ ବିବାହରେ ଏହିପରି ନାଚିବାକୁ ଚାହେଁ’ ।

ସମ୍ବନ୍ଧିତ ଖବର