ଆପଣ ପୁର୍ନଜନ୍ମରେ ବିଶ୍ବାସ କରନ୍ତି କି? ନିକଟରେ ୬୧ ବର୍ଷୀୟ ଜଣେ ବ୍ୟକ୍ତି ଦାବି କରିଛନ୍ତି କି ତାଙ୍କର ପୂର୍ବଜନ୍ମ କଥା ମନେ ଅଛି। ସେ କହିଛନ୍ତି କି ସେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜଣେ ବିମାନ ଚାଳକ ଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କୁ ବ୍ରିଟେନ୍‌ର କବର ଦିଆ ଯାଇଥିଲା। ‌ସେ କହିଛନ୍ତି କି ଏହି ଜନ୍ମରେ ସେ ଯାଇ ନିଜ କବର ନିକଟରୁ ବୁଲି ଆସିଛନ୍ତି ମଧ୍ୟ।

Advertisment

ଏହି ବ୍ୟକ୍ତିଙ୍କ ନାମ ଷ୍ଟିଭ୍‌ ମୁଲିଗନ୍‌। ସେ ଲଣ୍ଡନର ମେଞ୍ଚେଷ୍ଟର୍‌ରେ ରହନ୍ତି। ତାଙ୍କ କହିବା କଥା ହେଉଛି ହିପ୍ନୋସିସ୍‌ ସେସନ୍‌ ଜରିଆରେ ତାଙ୍କର ତାଙ୍କ ପୂର୍ବଜନ୍ମ କଥା ମନେ ପଡ଼ିଯାଇଛି। ସେ ଜଣେ ପାଇଲଟ୍‌ ଲେଫ୍ଟେନାଣ୍ଟ୍‌ ଥିଲେ ଓ ୧୯୧୭ ମସିହା ବିଶ୍ବ ଯୁଦ୍ଧ ସମୟରେ ଫ୍ରାନ୍ସ ଉପରେ ଉଡ଼ାଣ ଭରିବା ବେଳେ ତାଙ୍କୁ ମାରି ଖସାଇ ଦିଆଯାଇଥିଲା। ତାଙ୍କ କହିବା ମୁତାବକ ୧୯୬୧ ମସିହା ପର୍ଯ୍ୟନ୍ତ ତାଙ୍କର ପୂର୍ନଜନ୍ମ ହୋଇନଥିଲା।

ସେ ଆହୁରି ବି କହିଛନ୍ତି ଯେ ‘ପିଲାଟି ଦିନରୁ ହିଁ ମୋର ଲଣ୍ଡନ ପ୍ରତି ଦୁର୍ବଳତା ଥିଲା। ଏପରିକି ଲଣ୍ଡନର ରାସ୍ତାଘାଟ ମୋତେ ଆପେ ଆପେ ଜଣା ପଡ଼ି ଯାଉଥିଲା। ଯେଉଁଥି ପାଇଁ କି ମୋ ମାଆ ଖୁବ୍ ବିବ୍ରତ ହୋଇ ପଡୁଥିଲେ। ଏବେ ମୁଁ ଜାଣୁଛି ଯେ ଏହି ଅଞ୍ଚଳ ସହ ମୋର ପୁରୁଣା ସଂପର୍କ।