ମାଂସ ପାଇଁ ପାଳନ କରାଯାଉଥିବା କୁକୁଡ଼ା ‘ବ୍ରଏଲର୍‌’ ବା ‘ବ୍ରଏଲର୍‌ ଚିକେନ୍‌’ ଭାବେ ଜଣାଶୁଣା। ଭାରତୀୟ ଉପମହାଦେଶର ବଣୁଆ କୁକୁଡ଼ାଙ୍କ ଠାରୁ ଏମାନଙ୍କ ସୃଷ୍ଟି। ମାଂସର ଚାହିଦା ପୂରଣ କରିବାକୁ ସମଗ୍ର ବିଶ୍ୱରେ ‘ବ୍ରଏଲର୍‌ ଶିଳ୍ପ’ ଆରମ୍ଭ ହୋଇଥିଲା। ସାଧାରଣ କୁକୁଡ଼ାମାନଙ୍କ ଠାରୁ ‘ବ୍ରଏଲର୍‌’ କୁକୁଡ଼ା ଶୀଘ୍ର ବଢ଼ନ୍ତି। ଏମାନଙ୍କର ଓଜନ ମଧ୍ୟ ଅଧିକ। ଏମାନଙ୍କର ରଙ୍ଗ ଧଳା।

Advertisment

ବଳି ଏବଂ ଲଢ଼େଇ ପାଇଁ ପୂର୍ବେ ଭାରତରେ ଏକ ପ୍ରକାର ଲାଲ୍‌ ରଙ୍ଗର ବଣୁଆ କୁକୁଡ଼ା ପାଳନ କରାଯାଉଥିଲା। ଗ୍ରୀକ୍‌ମାନେ ଏହାକୁ ଭାରତରୁ ନେଇ ପାଶ୍ଚାତ୍ୟ ଦେଶରେ ପରିଚିତ କରାଇଥିଲେ। ସେତେବେଳେ ଏହି କୁକୁଡ଼ା ମାଂସ ରୋମ୍‌ରେ ଅଧିକ ଜନପ୍ରିୟ ହୋଇଥିଲା। ସେଠାରୁ ଘଟଣାଚକ୍ରରେ ଏହି କୁକୁଡ଼ା ପଶ୍ଚିମ ଇଉରୋପ୍‌କୁ ଯାଇଥିଲା।

publive-image Image Source: Worldpress.com

୧୯୨୦ ମସିହା ବେଳକୁ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମେ କୁକୁଡ଼ା ଫାର୍ମ ଆରମ୍ଭ ହେଲା। ଫାର୍ମରେ ଏକକାଳୀନ ବହୁସଂଖ୍ୟକ କୁକୁଡ଼ା ପାଳନ ହେବାରୁ ଲୋକେ ଶସ୍ତାରେ କୁକୁଡ଼ା ପାଇଲେ। କ୍ରମେ ସମଗ୍ର ବିଶ୍ୱରେ କୁକୁଡ଼ା ଫାର୍ମର ଚାହିଦା ବଢ଼ିଲା। ଏହା ସହ ଆରମ୍ଭ ହେଲା ଶୀଘ୍ର ବଢ଼ିପାରୁଥିବା ହାଇବ୍ରିଡ୍‌ କୁକୁଡ଼ା ସୃଷ୍ଟି ନିମନ୍ତେ ଗବେଷଣା। ସେତିକି ବେଳେ ହିଁ ସୃଷ୍ଟି ହେଲା ‘ବ୍ରଏଲର୍‌’ କୁକୁଡ଼ା।

publive-image

ଏହାର ପରବର୍ତ୍ତୀ ବର୍ଷମାନଙ୍କରେ ‘ବ୍ରଏଲର୍‌’ କୁକୁଡ଼ା ଉପରେ ଅଧିକ ପରୀକ୍ଷା ନିରୀକ୍ଷା କରାଯାଇ ଉନ୍ନତ ମାନର କୁକୁଡ଼ା ସୃଷ୍ଟି କରାଗଲା। ଫଳରେ ଖୁବ୍‌ ଅଳ୍ପ ଦିନରେ ଏକକାଳୀନ ବିପୁଳ ପରିମାଣର କୁକୁଡ଼ା ଉତ୍ପାଦନ କରାଯାଇ ପାରିଲା। ଚାଷୀମାନେ ବି ଅଳ୍ପ ଦିନରେ ଭଲ ଉପାର୍ଜ୍ଜନ କରି ପାରିଲେ।

publive-image Image Source: The Atlantic

୧୯୨୦- ୧୯୫୦ ମସିହା ମଧ୍ୟରେ ଜୀବ ବିଜ୍ଞାନୀମାନେ ‘ଡିଲାେଓ୍ଵର୍‌’, ‘ଆମେରିକାନ୍‌ ହଲାଣ୍ଡ୍‌’ ‘ନିୟୁ ହାମ୍ପ୍‌ସାୟର୍‌’, ’ଚାଣ୍ଟେକ୍ଲେର୍‌’ ଏବଂ ‘ରୋଡ୍‌ ଆଇଲାଣ୍ଡ୍‌ ରେଡ୍‌ସ୍‌’ ପରି ନୂତନ ସଙ୍କର ଜାତୀୟ କୁକୁଡ଼ା ସୃଷ୍ଟି କଲେ। ଏହି କୁକୁଡ଼ା ସବୁ ସାରା ବିଶ୍ୱରେ ବଂଶ ବିସ୍ତାର କଲେ।

୧୯୭୫ ମସିହା ଯାଏଁ ଭାରତରେ ‘ବ୍ରଏଲର୍‌’ କୁକୁଡ଼ା ପାଳନ ହୋଇ ନ ଥିଲା। ଏହା ପରେ ବିଦେଶରୁ ‘ବ୍ରଏଲର୍‌’ କୁକୁଡ଼ା ଅଣାଯାଇ ଦିଲ୍ଲୀରେ ପ୍ରଥମେ କୁକୁଡ଼ା ଫାର୍ମ କରାଯାଇଥିଲା। ସେଠାରୁ ଏହି କୁକୁଡ଼ା ଫାର୍ମ ଦକ୍ଷିଣ ଭାରତକୁ ସ୍ଥାନାନ୍ତର ହୋଇଥିଲା। ତେଣୁ ୭୦ ଦଶକରେ ଏହାକୁ ‘ଫାର୍ମ କୁକୁଡ଼ା’ କୁହାଯାଉଥିଲା। ଏହାର ୧୦ ବର୍ଷ ପରେ ‘ବ୍ରଏଲର୍‌’ କୁକୁଡ଼ା ମାଂସ ସମଗ୍ର ଦେଶରେ ଲୋକପ୍ରିୟ ହୋଇଗଲା। (ଏସ୍‌ପି)