ନୂଆଦିଲ୍ଲୀ: ଦୁନିଆରେ ଯେତେ ବି ସମ୍ପର୍କ ଅଛି ସବୁଠାରୁ ନିଆର ସମ୍ପର୍କ ହେଉଛି ଭାଇ ଏବଂ ଭଉଣୀର। ଭାଇ ଓ ଭଉଣୀ ଯେତେ ବି ଝଗଡ଼ା ଲାଗନ୍ତୁ ପରସ୍ପରକୁ ସେତିକି ଭଲ ବି ପାଆନ୍ତି। ନିକଟରେ ଭଉଣୀ ବାହା ହୋଇଯାଉଥିବା ବେଳେ ଭାଇ ତାର ଭିଣୋଇଙ୍କ ପାଦ ଧରି ଭୋଭୋ ହୋଇ କାନ୍ଦୁଥିବାର ଭିଡିଓ ସାମ୍ନାକୁ ଆସିଛି।
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ବିବାହ ସରି ଯାଇଛି। ଝିଅ ବିଦା ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ ପୁରା ପରିବାର ଝିଅ ଓ ଜ୍ବାଇଁକୁ ଘେରି ରହିଛନ୍ତି। ତେବେ ଭଉଣୀ ଶାଶୁଘରକୁ ଚାଲିଯିବା ଦୃଶ୍ୟ ଦେଖି ସାନଭାଇ ସହି ପାରିଲା ନାହିଁ। ଭିଣୋଇ ପାଦ ଧରି ଭୋଭୋ ହୋଇ କାନ୍ଦିବା ସହିତ ଭଉଣୀକୁ ଖୁସିରେ ରଖିବାକୁ ଅନୁରୋଧ କରୁଛି।
ଏଥିସହିତ କନ୍ୟାଙ୍କ ଭାଇ ଭିଣୋଇଙ୍କ ପାଦ ଧରି କହୁଛି, ‘ଭାଇ ମୋ ଭଉଣୀ ଯଦି କିଛି ଭୁଲ କରେ ତାକୁ କ୍ଷମା କରିଦେବ। କାରଣ ସେ କାହାରି ଗାଳି ସହି ପାରେ ନାହିଁ। ତାକୁ ଖୁସିରେ ରଖିବ।’
भाई बहन आपस कितना भी झगड़ ले
पर बहन की शादी के वक़्त भाई ही सब से ज़्यादा रोता होता है 😭❤️ pic.twitter.com/vyD9mSgULf— ज़िन्दगी गुलज़ार है ! (@Gulzar_sahab) March 16, 2024
ଏହାଦେଖି ଭିଣୋଇ ନିଜ ସାନଶାଳକଙ୍କୁ ଆଲିଙ୍ଗନ କରି ତାର ଆଖିରୁ ଲୁହ ପୋଛି ଦେଉଛନ୍ତି।
ଭଉଣୀର ବିଦା ସମୟରେ ଭାଇର ଏଭଳି କାନ୍ଦ ଦେଖି ଘଟଣାସ୍ଥଳରେ ଥିବା ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା।