ଅଧାରେ ରହିଲା ଖୁଦୁରୁକୁଣୀ ଓଷା, ଆଖି ଆଗରେ ଆରପାରିକୁ ଚାଲିଗଲା ଭାଇ

କେନ୍ଦ୍ରାପଡା: ଭାଇର ଶୁଭମନାସି ଓଷା କରୁଥିଲା ଭଉଣୀ | କିନ୍ତୁ ଆଖି ଆଗରେ ଆରପାରିକୁ ଚାଲିଗଲା ସାନ ଭାଇ | ଅଧାରେ ରହିଗଲା ଭଉଣୀର ଖୁଦୁରୁକୁଣୀ ଓଷା | ଆଜି ଥିଲା ଖୁଦୁରୁକୁଣୀ ଓଷାର ଶେଷ ପାଳି | ଭାଇର ଆୟୁଷ ପାଇଁ ମା ମଙ୍ଗଳାଙ୍କ ପାଖରେ ପ୍ରାର୍ଥନା କରିଥାନ୍ତା ଭଉଣୀ | କିନ୍ତୁ ଆଖି ଆଗରେ ପୋଖରୀରେ ବୁଡି ଯାଇଥିଲା ୮ ବର୍ଷର ଭାଇ ପାୟଲ ସାହୁ |

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି | ଭାଇ ବଡ ହେବ ଓ ଠାକୁରେ କୋଟି ଆୟୁଷ ଦେବେ ବୋଲି ପ୍ରାର୍ଥନା କରୁଥିବା ଭାଇର ଅଚାନକ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ଏହି ତଅପୋଇ |

Asia Times

ଆଖିରୁ ଲୁହ ଶୁଖୁନଥିବାବେଳେ ଗାଁ ଲୋକ ବି ଦୁଃଖରେ ଭାଙ୍ଗିପଡିଛନ୍ତି | ବାହୁନି ବାହୁନି ଭଉଣୀ କାନ୍ଦୁଥିବାବେଳେ ସମ୍ପର୍କର ଏହି ସୁନ୍ଦର ଖିଅ ଛିଣ୍ଡିଯାଇଛି | ମିଳିଥିବା ସୂଚନା ମୁତାବକ ଗାଁ ପୋଖରୀରେ ଭଉଣୀ ଆଖି ସାମ୍ନାରେ ଭାଇ ପାୟଲ ବୁଡିଯାଇଥିଲେ | ପରେ ତାଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

ସମ୍ବନ୍ଧିତ ଖବର