ଲୋକପ୍ରିୟ ବ୍ରିଟିସ୍‌ ଅଟୋ ବ୍ରାଣ୍ଡ୍‌ ବର୍ମିଂହାମ୍‌ ସ୍ମଲ୍‌ ଆର୍ମସ୍‌ କମ୍ପାନି ଦ୍ବାରା ପ୍ରସ୍ତୁତ କ୍ଲାସିକ୍‌ କିଙ୍ଗ୍‌ ବିଏସ୍‌ଏ ଗୋଲ୍‌ଡ ଷ୍ଟାର୍‌ ୬୫୦ ବାଇକ୍‌ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। କ୍ଲାସିକ୍‌ ବାଇକ୍‌ ପ୍ରେମୀଙ୍କ ପାଇଁ ଏହା ଖୁସି ଖବର। ୧୯୫୦-୬୦ ଦଶକରେ ଏହି ବ୍ରାଣ୍ଡ୍‌ ଭାରତରେ ଖୁବ୍‌ ଲୋକପ୍ରିୟ ଥିଲା। ୨୦୨୧‌େର ମହିନ୍ଦ୍ରା ଏହି କମ୍ପାନିକୁ କିଣି ନେଇଥିଲା। ରେଟ୍ରୋ ଷ୍ଟାଇଲ୍‌ର ଏହି ବାଇକ୍‌ ବଜାରକୁ ଆସିଲେ ୬୫୦ ସିସି ସେଗ୍‌ମେଣ୍ଟ୍‌ରେ ଏହା ରୟାଲ୍‌ ଏନ୍‌ଫିଲ୍‌ଡ ଓ ୟେଜ୍‌ଦି ମୋଟର୍‌ ସହ ପ୍ରତିଯୋଗିତା କରିବ।
ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା କିଛି ମାସ ଭିତରେ ଭାରତରେ ଲଞ୍ଚ୍‌ ହେବାକୁ ଥିବା ଏହି ବାଇକ୍‌ରେ ୬୫୨ ସିସିର ସିଙ୍ଗଲ୍‌ ସିଲିଣ୍ଡର୍‌ ଏୟାର୍‌-କୁଲ୍‌ଡ ଇଞ୍ଜିନ୍‌, ୫ ସ୍ପିଡ୍‌ ଗିୟର୍‌ ବକ୍ସ୍‌, ଫ୍ରଣ୍ଟ୍‌ ଓ ରିୟର୍‌ ଡିସ୍କ୍‌ ବ୍ରେକ୍‌, ଡୁଆଲ୍‌ ଚାନେଲ୍‌ ଏବିଏସ୍‌, ସ୍ମାର୍ଟଫୋନ୍‌ କନେକ୍ଟିଭିଟି ଇତ୍ୟାଦି ବୈଶିଷ୍ଟ୍ୟ ଉପଲବ୍ଧ ହୋଇପାରେ। ଏହାର ଓଜନ ୨୧୩ କେଜି ଓ ତେଲ ଟାଙ୍କି ଧାରଣ କ୍ଷମତା ୧୨ ଲିଟର୍‌। ଗୋଲ୍‌ଡ ଷ୍ଟାର୍‌ର ବଜାର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇପାରେ। ଏହା ଇନ୍‌ସିଗ୍‌ନିଆ ରେଡ୍‌, ଡନ୍‌ ସିଲ୍‌ଭର୍‌, ମିଡ୍‌ଲାଇଟ୍‌ ବ୍ଲାକ୍‌, ହାଇଲ୍ୟାଣ୍ଡ୍‌ ଗ୍ରିନ୍‌, ସ୍ୟାଡେ‌ା ବ୍ଲାକ୍‌ ପରି ୫ଟି ରଙ୍ଗରେ ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।