ବିଏସଏନଏଲ ୟୁଜର୍ସଙ୍କ ପାଇଁ ଖୁସି ଖବର : କମ୍ପାନୀ ଆଣିଛି ଧମାକାଦାର ଅଫର। ଜାଣନ୍ତୁ ତା’ର ନୂଆ ପ୍ଲାନ କଣ ?

ଭୁବନେଶ୍ୱର : ବିଏସଏନଏଲ ନିଜ ୟୁଜର୍ସଙ୍କ ପାଇଁ ଆଣିଛି ବିଶେଷ ଅଫର। କେବଳ ମାର୍ଚ୍ଚ ମାସରେ ହିଁ ଏହି ଅଫରର ଫାଇଦା ଉଠାଇ ପାରିବେ। ଏହି ଅଫର କେବଳ ବିଏସଏନଏଲର ପୋଷ୍ଟପେଡ ୟୁଜର୍ସଙ୍କ ପାଇଁ ଉପଲବ୍ଧ। ଏହି ଅଫର ଅଧିନରେ ବିଏସଏନଏଲର ପୋଷ୍ଟପେଡ ପ୍ଲାନ ଉପରେ ଏକ ବର୍ଷ ପାଇଁ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଏଥିପାଇଁ ବିଏସଏନଏଲ କମ୍ପାନୀ ଏକ ସର୍ତ୍ତ ରଖିଛି। ଏହି ଅଫର ଅଧିନରେ ନୂଆ ସିମ ନେଉଥିବା ବ୍ୟକ୍ତିଙ୍କୁ ମାଗଣାରେ ସିମ ଦିଆଯିବ। ନୂଆ ଓ ପୁରୁଣା ଉଭୟ ୟୁଜର୍ସ ଏହି ସିମର ଫାଇଦା ଉଠାଇପାରିବେ। ଆସନ୍ତୁ ଜାଣିବା ବିଏସଏନଏଲର ପ୍ଲାନ ବିଷୟରେ

ଯଦି ୧,୫୨୫ ଟଙ୍କିଆ ପୋଷ୍ଟପେଡ ପ୍ଲାନ କରୁଛନ୍ତି , ତେବେ ଏହି ପ୍ଲାନ ୬୦ ପ୍ରତିଶତ ରେଣ୍ଟଲ ଡିସକାଉଣ୍ଟ ପାଇଁ ଠିକ ଅଟେ।

ଏହି ପ୍ଲାନରେ ଅନଲିମିଟେଡ ଭଏସ କଲ, ଏସଏମଏସ ଓ ଡାଟା ଦିଆଯାଉଛି। ତଥାପି ବି ଏହି ପ୍ଲାନ ପାଇଁ ଆପଣଙ୍କୁ ୧୨, ୬ କିମ୍ବା ୩ ମାସିକ ଅଗ୍ରୀମ ରେଣ୍ଟଲ ପ୍ଲାନ ବାଛିବାକୁ ପଡିବ।

ଯଦି ଆପଣ ୧୩ ମାସର ଅଗ୍ରୀମ ରେଣ୍ଟଲ ପ୍ଲାନର ଚୟନ କରୁଛନ୍ତି, ତେବେ ଆପଣଙ୍କୁ ୬୦ ପ୍ରତିଶତ ରେଣ୍ଟଲ ଡିସକାଉଣ୍ଟ ମିଳିବ।

ଯଦି ୬ ମାସର ପ୍ଲାନ ଚୟନ କରୁଛନ୍ତି, ତେବେ ୪୫ ପ୍ରତିଶତ ରେଣ୍ଟଲ ଡିସକାଉଣ୍ଟ ମିଳିବ।

ଯଦି ତ୍ରୟ ମାସିକ ପ୍ଲାନ ଚୟନ କରୁଛନ୍ତି, ତେବେ ୩୦ ପ୍ରତିଶତ ଡିସକାଉଣ୍ଟ ମିଳିବ।

ସମ୍ବନ୍ଧିତ ଖବର