ମଇଁଷି ଯୁବରାଜ୍‌; ଦାମ ୯ କୋଟି! ଦୈନିକ ଖାଇବା ଖର୍ଚ୍ଚ ୩ ହଜାର

ରାୟପୁର: ରାୟପୁରରେ ଆୟୋଜିତ ହୋଇଥିବା ରାଷ୍ଟ୍ରୀୟ କୃଷି ମେଳାରେ ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲିଟଛି ଗୋଟିଏ ମଇଁଷି। ହରିୟାନାରୁ ଆସିଥିବା ଏହି ମଇଁଷିକୁ କୁହାଯାଉଛି ମଇଁଷିମାନଙ୍କର ରାଜା। ମଇଁଷିଟିର ଉଚ୍ଚତା ୫ ଫୁଟ ୯ ଇଞ୍ଚ ରହିଥିବା ବେଳେ ଲମ୍ବା ରହିଛି ୮ ଫୁଟ। ପୁଣି, ମଇଁଷିଟିର ଦାମ ଶୁଣିଲେ, ଆପଣ ବିଶ୍ୱାସ କରିପାରିବେ ନାହିଁ; ମଇଁଷିଟିର ଦାମ ହେଉଛି ୯ କୋଟି ଟଙ୍କା।

ହରିୟାନାର କୁରୁକ୍ଷେତ୍ରରେ ରହୁଥିବା କରମବୀରଙ୍କ ଏହି ମଇଁଷିର ନାମ ହେଉଛି ଯୁବରାଜ। ମଇଁଷି ଯୁବରାଜ ବର୍ତ୍ତମାନ ପର୍ଯ୍ୟନ୍ତ ୨୬ରୁ ଅଧିକ ପ୍ରତିଯୋଗିତା ଜିତି ସାରିଲାଣି। ଏହି ମଇଁଷିଟିର ଶୁକ୍ରାଣୁର ଡିମାଣ୍ଡ ସମଗ୍ର ଦେଶରେ ରହିଛି। ଖାଲି ସେତିକି ନୁହଁ ଯୁବରାଜଙ୍କ ଶୁକ୍ରାଣୁକୁ ବିକ୍ରୟ କରି ପ୍ରତି ବର୍ଷ ୮୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହାର ମାଲିକ କରମବୀର।

ତେବେ ମଇଁଷି ହୋଇ ମଧ୍ୟ ଯୁବରାଜଙ୍କର ନଖରା କିଛି କମ ନୁହଁ। ତାଙ୍କୁ ପ୍ରତି ଦିନ ୨୦ ଲିଟର କ୍ଷୀର ଏବଂ ଅନ୍ୟନ୍ୟ ପ୍ରଦାର୍ଥ ଖାଇବା ପାଇଁ ଦିଆଯାଇଥାଏ। ତାଙ୍କର ଦୈନିକ ଖାଦ୍ୟ ବାବଦରେ ଖର୍ଚ୍ଚ ହୋଇଥାଏ ତିନି ହଜାର ଟଙ୍କା ।

ସମ୍ବନ୍ଧିତ ଖବର