ମୁମ୍ମାଇ: ମହାରାଷ୍ଟ୍ରର ୱାଶିମ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଡାକ୍ତର ଏକ ମହଙ୍ଗା ମଙ୍ଗଳସୂତ୍ର ପାଇଁ ମଇଁଷି ପେଟର ଅସ୍ତ୍ରୋପଚାର କରିଥିବା ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ଏମିତି ଏକ ଘଟଣା ମହାରାଷ୍ଟ୍ରର ୱାଶିମ ଜିଲ୍ଲାର ଏକ ଗ୍ରାମରେ ଘଟିଥିଲା। ଏଠାରେ ବସବାସ କରୁଥିବା ଜଣେ ମହିଳା ତାଙ୍କ ମଙ୍ଗଳସୁତ୍ରକୁ ବେକରୁ ବାହାର କରି ଏକ ଥାଳିରେ ରଖିଦେଇ ଶୋଇବାକୁ ଚାଲି ଯାଇଥିଲେ।

ତା’ପରଦିନ ତରବର ‌ହୋଇ ଉକ୍ତ ଥାଳିରେ କିଛି ଖାଦ୍ୟ ରଖି ମଇଁଷିକୁ ଖାଇବାକୁ ଦେଇଥି‌ଲେ। ମଇଁଷି ବି ଉକ୍ତ ଥାଳିରେ ଥିବା ଖାଦ୍ୟ ସହିତ ମଙ୍ଗଳସୂତ୍ରକୁ ଗିଳି ‌ଦେଇଥିଲା। ପରେ ଯେତେବେଳେ ମହିଳାଙ୍କ ମଙ୍ଗଳସୂତ୍ର କଥା ମନେ ପଡ଼ିଲା ସେତେବେଳକୁ ମଇଁଷି ପେଟକୁ ଚାଲି ଯାଇଥିଲା ମଙ୍ଗଳ ସୂତ୍ର।

ଏହାପରେ ମହିଳା ତୁରନ୍ତ ମିଇଁଷିକୁ ନେଇ ପଶୁ ଡାକ୍ତରଖାନାକୁ ଯାଇଥିଲେ। ଡାକ୍ତର ମଇଁଷି ପେଟର ଏକ୍ସ-ରେ କରିବା ପରେ ମଙ୍ଗଳସୂତ୍ରଟି ଯେଉଁ ସ୍ଥାନରେ ଥିଲା ସେ ସ୍ଥାନକୁ ଚିହ୍ନଟ କରି ଅସ୍ତ୍ରୋପଚାର କରିଥିଲେ। ୨ଘଣ୍ଟାର ଅସ୍ତ୍ରୋପଚାର ପରେ ଡାକ୍ତର ମଇଁଷି ପେଟରୁ  ୨୫ଗ୍ରାମର ସୁନାର ମଙ୍ଗଳସୂତ୍ର ବାହାର କରିଥିଲେ। ଯାହାର ମୂଲ୍ୟ ୨ଲକ୍ଷ ଟଙ୍କା ପାଖାପାଖି ହେବ ବୋଲି କୁହାଯାଉଛି। ମଙ୍ଗଳସୂତ୍ର ବାହାର କରିବା ପରେ  ଡାକ୍ତର ମଇଁଷି  ପେଟରେ ୬୦ରୁ ୬୫ଟି ସିଲେଇ ପକାଇଥିଲେ।

ତେବେ ପଶୁପକ୍ଷୀଙ୍କ ସହିତ ଏଭଳି ଅବହେଳା କରନ୍ତୁ ନାହିଁ। କାରଣ ମଣିଷର ସାମାନ୍ୟ ଭୁଲ ପାଇଁ ନୀରିହ ଜନ୍ତୁମାନେ କଷ୍ଟ ପାଉଛନ୍ତି ବୋଲି କିଛିଲୋକ ପ୍ରତିକ୍ରିୟା ଦେଇଛନ୍ତି।