ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ପୁରୁଣା କୁହାଯାଉଥିବା ବେଳେ ପୁଣିଥରେ ଏହା ଭାଇରାଲ ହୋଇଛି।
ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ବାଇକ ଚଲାଉଛନ୍ତି। ତାଙ୍କ ପଛରେ ଏକ ବଡ଼ ବଳଦ ବସିଛି। ବଳଦ ବାଇକରୁ ଖସି ନପଡ଼ୁ ସେଥିପାଇଁ ଉକ୍ତ ବାଇକ ଚାଳକ ଜଣକ ତାକୁ ଏକ ବେଲଟରେ ବାନ୍ଧି ଦେଇଛନ୍ତି।
ଏହି ଦୃଶ୍ୟକୁ ଯିଏ ଦେଖୁଛନ୍ତି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଯେମିତି ବାଇକ ଚାଳକ ଜଣକ ବଳଦକୁ କହୁଛନ୍ତି, ‘ଚାଲ ତତେ ବି ବାଇକରେ ବୁଲେଇ ଆଣିବି।’ ଆଉ ବଳଦ ବି ବାଇକରେ ବସି ଭ୍ରମଣର ବେଶ ମଜା ଉଠାଉଥିବା ଭିଡିଓରେ ଦେଖିବାକୁ ମିଳୁଛି।
View this post on Instagram
ଏହି ଭିଡିଓକୁ ସେହି ରାସ୍ତା ଦେଇ ଯାଉଥିବା ଜଣେ କାର ଯାତ୍ରୀ ଗାଡ଼ି ଝରକା ପାର୍ଶ୍ବ ଦେଇ ରେକର୍ଡ କରିଥିବା ଜଣାପଡ଼ିଛି। ପୁଣିଥରେ ଭାଇରାଲ ହୋଇଥିବା ଏହି ଘଟଣାର ଭିଡିଓକୁ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ୬ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମଜାଳିଆ ପ୍ରତିକ୍ରିୟା ବି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/24c7af7f-ff54-4d66-9573-78da4fc60395.jpg)