ସୈନିକମାନଙ୍କୁ ସୁରକ୍ଷା ଦେବ ଚିଙ୍ଗୁଡ଼ି, ଛତୁ ଓ ଶାମୁକା ଜାତୀୟ ଜୀବଙ୍କ ଖୋଳପାରୁ ତିଆରି ବୁଲେଟ୍‌ପ୍ରୁଫ୍ ଆସ୍ତରଣ

ହଷ୍ଟନ୍: ଚିଙ୍ଗୁଡ଼ି, ଛତୁ ଓ ଅନ୍ୟାନ୍ୟ ଜୀବଙ୍କ ଶରୀରରୁ ପ୍ରାପ୍ତ ଉପାଦାନରେ ପ୍ରସ୍ତୁତ ପରିବେଶ ଅନୁକୂଳ ପଲିମର୍‌ରେ ତିନିଜଣ ଆମେରିକୀୟ ଇଞ୍ଜିନିୟର୍ ଏକ ଏକାଧିକ ପରସ୍ତର ଏକ ଆସ୍ତରଣ ପ୍ରସ୍ତୁତ କରିଛନ୍ତି ଯାହା ଯୁଦ୍ଧ କ୍ଷେତ୍ରରେ ସୈନିକମାନଙ୍କୁ ଗୁଳିମାଡ଼ରୁ ନିରାପଦ ରଖିବ। ତିନି ଇଞ୍ଜିନିୟର୍‌ଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ।

Image Courtesy of The Straits Times

ଚିଙ୍ଗୁଡ଼ି ଏବଂ ଛତୁର ସେଲୁଲାର୍ ୱାଲ୍‌ରେ ଥିବା ଗ୍ଲୁକୋଜ୍ ଏବଂ ଥ୍ରି-ଡି ପ୍ରିଣ୍ଟିଙ୍ଗ୍ କୌଶଳ ବ୍ୟବହାର କରି ୟୁନିଭର୍ସିଟି ଅଫ୍ ହଷ୍ଟନ୍‌ର ଦୁଇ ଭାରତୀୟ ବଂଶୋଦ୍ଭବ ଇଞ୍ଜିନିୟର୍ ଆଲାମଗିର କରିମ୍ ଓ ଭେଙ୍କଟେଶ ବଲାନ ଏହି ଆସ୍ତରଣ ତିଆରି କରିଛନ୍ତି। ଏମାନଙ୍କ ସହ ଅଛନ୍ତି ଆମେରିକୀୟ ଇଞ୍ଜିନିୟର୍ ମେଗାନ୍ ରବର୍ଟସନ୍। ଗବେଷଣା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେିରକାର ପ୍ରତିରକ୍ଷା ବିଭାଗ ବିଶ୍ବବିଦ୍ୟାଳୟକୁ ୬୬୦୦୦୦ ଡଲାର୍ ଅର୍ଥ ମଞ୍ଜୁର କରିଛି। ଚିଙ୍ଗୁଡ଼ିଜାତୀୟ ଜୀବ, ଗେଣ୍ଡା, ପ୍ରଜାପତି ପରି ପତଙ୍ଗ ଏବଂ ଶାମୁକାର ଖୋଳପାରୁ ମଧ୍ୟ ଏହି ଆସ୍ତରଣ ନିମେନ୍ତ ପଲିମର୍ ପ୍ରସ୍ତୁତି କରାଯାଇ ପାରିବ।

image source-foodrepublic,com

ଏହି ଆସ୍ତରଣ ସୈନିକମାନଙ୍କୁ ଗୁଳି, ଲେଜର୍, ବିଷାକ୍ତ ବାଷ୍ପ ଏବଂ ସେ ଭଳି ଅନ୍ୟାନ୍ୟ ବିପଜ୍ଜନକ ଜନିଷ କବଳରୁ ସୁରକ୍ଷା ଦେବ ବୋଲି ଭାରତୀୟ ବଂଶୋଦ୍ଭବ ଇଂଜିନିୟର୍ ଆଲାମଗିର କରିମ୍ କହିଛନ୍ତି।

ଏବେ ବୁଲେଟ୍‌ ପ୍ରୁଫ୍ ଆସ୍ତରଣ ନିମନ୍ତେ ପେଟ୍ରୋଲିୟମ୍ ଜାତ ପ୍ଲାଷ୍ଟିକ୍ ବ୍ୟବହାର କରାଯାଉଛି। କିନ୍ତୁ, ଏହା ପରିବେଶ ଅନୁକୂଳ ନୁହେଁ। ମାତ୍ର ଜୈବିକ ଉପାଦାନରେ ପ୍ରସ୍ତୁତ ଏହି ଆସ୍ତରଣ ବାୟୋଡିଗ୍ରେଡିବ୍ଲ ହୋଇଥିବାରୁ ପରିବେଶ ପ୍ରତି ଏହାର କୌଣସି ପ୍ରତିକୂଳ ପ୍ରଭାବ ନାହିଁ।

ସମ୍ବନ୍ଧିତ ଖବର