ଶଗଡ଼ରେ ଲାଇବ୍ରେରୀ, ଗାଁ ପିଲାଙ୍କ ପାଇଁ ବରଦାନ ସାଜିଛନ୍ତି ଏହି ଯୁବକ

ପୁନେ: ଗାଁ ଦାଣ୍ଡରେ ଶଗଡ଼ ଗାଡି ଯିବା ଦୃଶ୍ୟ ଆପଣ ଦେଖିଥିବେ | ହୁଏତ ବର୍ତ୍ତମାନ ଶଗଡ଼ ସଂଖ୍ୟା କମିଗଲାଣି ତଥାପି କୃଷକଙ୍କ ଏକ ପ୍ରମୁଖ ପରିବହନ ଯାନ ଭାବରେ ଶଗଡ଼ ହିଁ ପରିଚିତ ଥିଲା | କିନ୍ତୁ ଏବେ ଜଣେ ଯୁବକ ଶଗଡ଼କୁ ବ୍ୟବହାର କରି ଶିକ୍ଷା ପ୍ରସାରରେ ଲାଗିପଡିଛନ୍ତି | ଜାଣନ୍ତୁ ଏହି ଯୁବକଙ୍କ କାହାଣୀ ଯିଏ ଗାଁ ପିଲାଙ୍କ ପାଇଁ ଶିକ୍ଷାର ଜଣେ ଦେବଦୂତ ଭାବେ କାର୍ଯ୍ୟ କରୁଛନ୍ତି |

ମହାରାଷ୍ଟ୍ର ପୁନେର ଦର୍ଜେନହଲଇ ଗାଁ | ଏହି ଗାଁର ଯୁବକ କାଶୀନାଥ କୋଲି ୬ ମାସ ଧରି ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି | ଗାଁ ଗାଁ ବୁଲି କାଶୀନାଥ ପିଲାମାନଙ୍କୁ ଶିକ୍ଷାଦାନର ସୁଯୋଗ ଦେବାରେ ଲାଗିପଡିଛନ୍ତି | ଏଥିପାଇଁ ସେ ଏକ ଶଗଡ଼ର ବ୍ୟବହାର କରୁଛନ୍ତି | ଯେଉଁ ସବୁ ଗାଁ ରେ କାଶୀନାଥ ନିଜ ଶଗଡ଼ ସହ ପହଞ୍ଚିଯାଆନ୍ତି, ସେଠାରେ ଛୋଟ ପିଲାମାନେ ଏକତ୍ରିତ ହୋଇଯାଆନ୍ତି | ଶଗଡ଼ରେ ସବୁ ପ୍ରକାରର ପୁସ୍ତକ ନେଇ କାଶୀନାଥ ପିଲାମାନଙ୍କୁ ପଢିବାକୁ ଦେଇଥାନ୍ତି |

Photo-zeenews

ପିଲାମାନେ ବହି ପଢ଼ିସାରିବା ପରେ କାଶୀନାଥ ବହି ସବୁ ସଂଗ୍ରହ କରି ଅନ୍ୟ ଏକ ଗାଁ କୁ ଯାଇଥାନ୍ତି | କାଶୀନାଥଙ୍କ ଶଗଡ଼ରେ ପାଖାପାଖି ଦେଢ଼ ହଜାର ବହି ଥିବାବେଳେ ଶଗଡ଼ ଲାଇବ୍ରେରୀ ମୋବାଇଲ ଲାଇବ୍ରେରୀ ଭଳି କାର୍ଯ୍ୟ କରିଥାଏ | ଅର୍ଥାତ ଯେଉଁ ସବୁ ଅପନ୍ତରା ଗାଁରେ ପିଲାମାନେ ବହି ଖଣ୍ଡେ ପଢିବାକୁ ପାଇପାରିନଥାନ୍ତି ସେହି ଗାଁରେ କାଶୀନାଥ ପହଂଚି ପିଲାମାନଙ୍କୁ ବହି ପଢ଼ିବାର ସୁଯୋଗ ଦେଇଥାନ୍ତି | କାଶୀନାଥଙ୍କ ଏହି ପ୍ରୟାସକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି |

ସମ୍ବନ୍ଧିତ ଖବର