ନୂଆଦିଲ୍ଲୀ: ରାଜସ୍ଥାନର ବୁନ୍ଦୀ ଜିଲ୍ଲାରୁ ଏକ ହୃଦୟସ୍ପର୍ଶୀ ଓ ପ୍ରଶଂସାଯୋଗ୍ୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଯୌତୁକ ପ୍ରଥାକୁ ବିରୋଧ କରି ହୃଦୟସ୍ପର୍ଶୀ ପ୍ରତିକ୍ରିୟା ଦେଇଛନ୍ତି। 

Advertisment

ଅଧିକପଢ଼ନ୍ତୁ:ନିଖୋଜ ହୋଇଯାଇଛି ‘ମାଘ’ ମାସର ବାଘ ଭଳି ଶୀତ-ଜାଡ଼

ପୁଲିସ ବିଭାଗରେ କାମ କରୁଥିବା ଶିବରାଜ ସିଂହ କହିଛନ୍ତି, ‘ଯୌତୁକ ପ୍ରଥାକୁ ଶେଷ କରିବା ସମାଜର ଦାୟିତ୍ବ। ଯଦି ଲୋକେ ଯୌତୁକ ନେବା ପାଇଁ ମନା କରିବେ ଦିନେ ନା ଦିନେ ଏ ପ୍ରଥା  ଶେଷ ହୋଇଯିବ। ଏଥିସହିତ ଯୌତୁକ ପାଇଁ ବଧୁ ନିର୍ଯାତନା , ଛାଡ଼ପତ୍ର ଆଦି ମାମଲା ହ୍ରାସ ପାଇଯିବ।

ମୋ ପୁଅ ନରେନ୍ଦ୍ର ସିଂହ ହାଡାଙ୍କ ବିବାହ ଭିଲୱାଡା ଜିଲ୍ଲା ଗଣୋଲିରେ ସମ୍ପର୍ଣ୍ଣ ହୋଇଛି। କନ୍ୟା କୁସୁମ କୁୱରଙ୍କ ବାପା ପ୍ରଭୁ ସିଂହ ଶକ୍ତାବତ ତିଲକ ରୀତିନୀତି ବେଳେ ମୋ ପୁଅକୁ ୫ଲକ୍ଷ ୧୧ହଜାର ଟଙ୍କାର ଯୌତୁକ ଦେଇଥିଲେ। ତିଲକ ଶେଷହେବାପରେ ପରେ ଆମେ ଝିଅ ବାପାଙ୍କୁ ବୁଝାଇ ଏହି ଯୌତୁକ ରାଶି ଗ୍ରହଣ ନକରି ଫେରାଇ ଦେଇଥିଲୁ।’

ଅଧିକପଢ଼ନ୍ତୁ:୨୫ବର୍ଷ ପରେ ଭାରତ ଫେରିଲେ ମମତା କୁଲକର୍ଣ୍ଣି

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଲୋକେ ପୁଲିସ କର୍ମଚାରୀ ଶିବରାଜ ସିଂହଙ୍କୁ ଖୁବ ପ୍ରଶଂସା କରିଛନ୍ତି।