ବିଳାସମୟ ଘରରେ ପରିଣତ ହେଲା ସ୍କୁଲ୍‌ ବସ୍‌; ବେଡରୁମ୍‌, ବାଥରୁମ୍, ଟଏଲେଟ୍ ସମେତ ରହିଛି ରେନ୍ ଫଲ୍ ସାୱାର ସୁବିଧା

ନୂଆଦିଲ୍ଳୀ: ବସ୍ ଭିତରେ ବିଳାସମୟ ଘର । ପାଖାପାଖି ୨୭୦ ସ୍କୋୟାର ଫୁଟର ସ୍କୁଲ ବସ ଏକ ବିଳାସମୟ ଘରରେ ପରିଣତ ହୋଇଛି । ଆଉ ଏଥିପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୩୫ ହଜାର ଡଲାର ଅର୍ଥାତ ୨୫ ଲକ୍ଷ ଟଙ୍କା । ଆଉ ଏହି ଘରେ ରହୁଛନ୍ତି ଜେଫ୍, ତାଙ୍କ ପତ୍ନୀ ଏନା ବେଟରଟନ, ତାଙ୍କର ୫ଜଣ ଛୁଆ, ଦୁଇଟି କୁକର ଏବଂ ଗୋଟିଏ ବିଲେଇ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବସ ଭିତରେ ବେଡ୍ରୁମ୍ ସମେତ, ବାଥରୁମ୍, ଟଏଲେଟ୍, ରେନ୍ ଫଲ୍ ସାୱାରର ମଧ୍ୟ ବ୍ୟବସ୍ଥା ରହିଛି । ତେବେ ବସ ଭିତରେ ଥିବା ଏହି ଘରର ଫଟୋ ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେଉଛି । ବସ ଭିତରେ ଘର ଭଳି ସମସ୍ତ ସୁବିଧା ରହିଛି ।

କିଚେନ୍ଠାରୁ ଆରମ୍ଭ କରି ଏକ କିଙ୍ଗ ସାଇଜ୍ ବେଡ୍ ରୁମ୍ ମଧ୍ୟ ଏହି ବସ ଭିତରେ ରହିଛି । ଭିତରୁ ଦେଖିଲେ ଆପଣ ଅନୁମାନ ବି କରିପାରିବେ ନାହିଁ ଯେ, ଆପଣ ଏକ ବସ୍ ଭିତରେ ଅଛନ୍ତି । ତେବେ ଏହି ବିଳାସମୟ ଘରର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର