ଆଶ୍ଚର୍ଯ୍ୟ ଲାଗିଲେ ବି ସତ; ଗୋବର ଓ ଗୋମୂତ୍ରରେ ପ୍ରସ୍ତୁତ ହେଉଛି ଟୁଥପେଷ୍ଟ ଓ କ୍ରିମ!

ଗାଈ କ୍ଷୀର ଓ ସେଥିରୁ ତିଆରି ସମସ୍ତ ଉତ୍ପାଦ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଗାଈ କ୍ଷୀରରେ ସବୁ ଉପାଦାନ ଭରପୁର ଥାଏ। ଏହା ଶରୀର ପାଇଁ ଖୁବ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଗାଈ କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ। ଗାଈ କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ।

ଏହା ବ୍ୟତୀତ ଗୋବରରେ ବାୟୋଗ୍ୟାସ ପ୍ରସ୍ତୁତ ହେବା କଥା ସମସ୍ତେ ଜାଣିଥିବେ। ତେବେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗାଈ ଗୋବର ଓ ଗୋମୂତ୍ରରେ ଟୁଥପେଷ୍ଟ ଓ କ୍ରିମ୍‌ ପ୍ରସ୍ତୁତ କରିବା ସମ୍ଭବପର। ଏପରି ଜଣେ ଅଜବ ବ୍ୟକ୍ତି ଅଛନ୍ତି ଯିଏ ଏପରି କାମ କରୁଛନ୍ତି। ଆଉ ଗୋବର ଓ ଗୋମୂତ୍ର ବ୍ୟବସାୟ କରି କୋଟି କୋଟି ଟଙ୍କାର କାରବାର ଆରମ୍ଭ କରିଛନ୍ତି। ସେ ଏପରି ଏକ କମ୍ପାନୀ ଖୋଲିଛନ୍ତି ଯେଉଁଠି ଗୋବର ଓ ଗୋମୂତ୍ରରୁ ଟୁଥପେଷ୍ଟ ଓ କ୍ରିମ ଆଦି ପ୍ରସ୍ତୁତ ହେଉଛି।

କାଓପାଥି ନାମକ ଏହି କମ୍ପାନୀର ସଂସ୍ଥାପନ ଉମେଶ ସୋନୀଙ୍କ ଅନୁସାରେ ଲୋକଙ୍କ ମଧ୍ୟରେ ବର୍ତ୍ତମାନ ଏପରି ଉତ୍ପାଦ ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ଆଉ ଏଥିପାଇଁ ବ୍ୟବସାୟରେ ଲାଭ ହେଉଛି। ଏହାପଛରେ ସେ ଆୟୁର୍ବେଦକୁ ଗୁରୁତ୍ୱ ଦେଇଛନ୍ତି । ତାଙ୍କ ଅନୁସାରେ ଆୟୁର୍ବେଦରେ ଗୋମୂତ୍ର, କ୍ଷୀର, ଦହି ଓ ଘିଅର ବହୁଳ ବ୍ୟବହାର ହୁଏ, ଆଉ ଏହି ଦ୍ରବ୍ୟଗୁଡ଼ିକର ଉପଯୋଗରେ ରୋଗଜୀବାଣୁ ନଷ୍ଟ ହୋଇଯାଏ।

ତାଙ୍କର ଏହି ପ୍ରକଳ୍ପର ପେଟେଣ୍ଟ ମଧ୍ୟ ହୋଇସାରିଛି। ଯାହାକୁ ପାଖାପାଖି ୧୨ଟି ଦେଶରେ ନିର୍ମାଣ କରାଯାଉଛି। ଏହାବ୍ୟତୀତ ଆମେରିକା, ସିଙ୍ଗାପୁର, ଋଷିଆ ଓ ୟୁକ୍ରେନ ଆଦି ଦେଶକୁ ଏହି ଦ୍ରବ୍ୟ ଗୁଡ଼ିକ ରପ୍ତାନୀ ମଧ୍ୟ କରାଯାଉଛି।

ସମ୍ବନ୍ଧିତ ଖବର