ଚର୍ଚ୍ଚାରେ କୁମାର ମଙ୍ଗଲମ୍ ବିର୍ଲାଙ୍କ କନ୍ୟା ଅନନ୍ୟା

ନୂଆଦିଲ୍ଲୀ: ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲାଙ୍କ କନ୍ୟାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କୁମାର ମଙ୍ଗଲମ୍ ବିର୍ଲାଙ୍କ ଜ୍ୟୋଷ୍ଠ କନ୍ୟାଙ୍କ ନାମ ଅନନ୍ୟା ବିର୍ଲା।

ଅନନ୍ୟା ନିକଟରେ ତାଙ୍କ ୨୫ବର୍ଷର ଭାଇ ଆର୍ୟମାନ୍ ବିକ୍ରମ ବିର୍ଲାଙ୍କ ସହିତ ମିଶି ଆଦିତ୍ୟ ବିର୍ଲା ଫ୍ୟାସନ୍ ଆଣ୍ଡ୍ ରିଟେଲ ଲିମିଟେଡ (ଏବିଏଫଆରଏଲ)ର ନିର୍ଦେଶକ ଭାବେ ଦାୟିତ୍ବ ଭାର ହାତକୁ ନେଇଛନ୍ତି। ଏବିଏଫଆରଏଲରେ ଅନନ୍ୟା ଓ ଆର୍ୟମାନ ସାମିଲ ହେବା ଖବର ସାମ୍ନାକୁ ଆସିବା ପରେ ବ୍ୟବସାୟରେ ବିର୍ଲା ପରିବାରର ପଞ୍ଚମପିଢ଼ି ପାଦ ଥାପିଥିବା କୁହାଯାଉଛି।

ଅନନ୍ୟା ଜଣେ ବିଜନେସ ଓମେନ୍ ହୋଇଥିବା ବେଳେ ସେ ଜଣେ ଗାୟିକା ମଧ୍ୟ। ୨୦୦୬‌ରେ ତାଙ୍କର ଡେବ୍ୟୁ ଗୀତ ରିଲିଜ ହୋଇଥିଲା।

ଅନନ୍ୟା ତାଙ୍କ ପାଠପଢ଼ା ମୁମ୍ବାଇର ଆମେରିକା ସ୍କୁଲ ଅଫ ବମ୍ବେରେ ଶେଷ କରିଛନ୍ତି। ଏହାପରେ ଇଂଲଣ୍ଡର ଅ‌‌କ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ସେ ନାମ ଲେଖାଇଥିଲେ। ୨୦୨୦ରେ ଅନନ୍ୟା ବିର୍ଲା ଲସ ଆଞ୍ଜେଲସରେ ମେବରିକ ମ୍ୟାନେଜମେଣ୍ଟ ସହିତ ଚୁକ୍ତି ସ୍ବାକ୍ଷର କରିଥିବା ପ୍ରଥମ ଭାରତୀୟ ହୋଇଥିଲେ।

ଅନନ୍ୟା ସ୍ବତନ୍ତ୍ର ମାଇକ୍ରୋଫିନର ପ୍ରତିଷ୍ଠାତା ଥିବା ବେଳେ ଗ୍ରାମୀଣ ମହିଳାଙ୍କୁ କ୍ଷୁଦ୍ରଋଣ ପ୍ରଦାନ କରିଥାଆନ୍ତି। ଏଥିସହିତ ସେ  Ikai Asai ର ପ୍ରତିଷ୍ଠାତା ଓ ଏମପାୱରର ସହ-ପ୍ରତିଷ୍ଠାତା ରହିଛନ୍ତି। ତେବେ ବିଜନେସ ଓମେନ୍ ଅନନ୍ୟାଙ୍କ ଦକ୍ଷତାକୁ ଲୋକେ ଭୁରିଭୁରି ପ୍ରଶଂସା କରିଛନ୍ତି।

ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା ନିକଟରେ ୫ଜି ସେବା ଆରମ୍ଭ ହେବାକୁ ଏକ ଯୁଗାନ୍ତକାରୀ ଘଟଣା ବୋଲି ଅଭିହିତ କରିବା ସହିତ ଏହାଦ୍ବାରା ବିଶ୍ବସ୍ତରରେ ଭାରତର ସାମର୍ଥ୍ୟ ପ୍ରତିପାଦିତ ହୋଇଛି ବୋଲି କହିଥିଲେ ।

ସମ୍ବନ୍ଧିତ ଖବର