ପତ୍ନୀଙ୍କୁ କର୍କଟ ହୋଇଥିବା ଶୁଣିବା ପରେ ଏହି ବ୍ୟକ୍ତିଙ୍କର ବକେୟା ଥିବା ୧୨ଲକ୍ଷ ଟଙ୍କା କ୍ଷମା କରିବା ସହିତ ମାମଲା ଫେରାଇ ଆଣିଲେ

ଅହମ୍ମଦାବାଦ: ଗୁଜୁରାଟର କାରୋବରିରେ ମାନବିକତାର ଏମିତି ଏକ ମିସାଲ ଦେଖିବାକୁ ମିଳିଛି ଯାହାକୁ ଣୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଘଟଣା ଟି ହେଉଛି ଏପରି.. ଜଣେ ଫ୍ୟାକ୍ଟ୍ରି ମାଲିକଙ୍କଠାରୁ ଜିନିଷ କିଣିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କାରଣ ଫ୍ୟାକ୍ଟ୍ରି ମାଲିକଙ୍କ ଟଙ୍କା ସେ ପୈଠ କରି ନଥିଲେ। ଏଥିପାଇଁ ମାମଲା ଲୋକ ଅଦାଲତକୁ ଚାଲି ଯାଇଥିଲା କିନ୍ତୁ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କୁ ଯେତେବେଳେ ଜଣାପଡ଼ିଥିଲା କି ଟଙ୍କା ପୈଠ କରି ପାରୁ ନଥିବା ବ୍ୟକ୍ତିଙ୍କ ପତ୍ନୀ କର୍କଟ ରୋଗରେ ପୀଡିତ ସେ ୧୧ଲକ୍ଷ ଟଙ୍କାର ବକେୟା ରାଶିକୁ କ୍ଷମା କରି ଦେଇ ମାମଲା ଫେରାଇ ନେଇଥିଲେ।

ଟଙ୍କା କ୍ଷମା କରୁଥିବା ବ୍ୟକ୍ତିଙ୍କ ନାମ ମହେନ୍ଦ୍ର ପଟେଲ। ଯିଏକି କଲୋଲ ତହସିଲ ରନକପୁରରେ ପ୍ରେଣ୍ଟିଙ୍ଗ ଓ ପ୍ୟାକେଜିଂର ବ୍ୟବସାୟ କରନ୍ତି। ତାଙ୍କ କମ୍ପାନିର ନାମ ପ୍ରାଇଡ ମଲ୍ଟିଟେକ। ଏହି କମ୍ପାନିର ନିର୍ଦ୍ଦେଶକ ହେଉଛନ୍ତି ମହେନ୍ଦ୍ର ପଟେଲ ଓ କୋ-ଡାଇରେକ୍ଟର ପ୍ରକାଶ ପଟେଲ। ତେବେ ଯେଉଁ ବ୍ୟକ୍ତି ଜଣକ ୧୧ଲକ୍ଷ ଟଙ୍କାର ଜିନିଷ ନେଇଥିଲେ, ସେ ମହେନ୍ଦ୍ର ପଟେଲଙ୍କ କମ୍ପାନିକୁ ଚେକ୍‌ ଦେଇଥିଲେ କିନ୍ତୁ ତାହା ଫେରି ଯାଇଥିଲା। ସେ ଦ୍ୱିତୀୟ ଚେକ୍‌ ଦେଇଥିଲେ ତାହା ବି ପୁଣି ଫେରି ଯାଇଥିଲା।

ଦୁଇଟି ଚେକ୍‌ ରିଟର୍ଣ୍ଣ ହେବା ପରେ ମହେନ୍ଦ୍ର ପଟେଲଙ୍କୁ କମ୍ପାନିର କୋ-ଡାଇରେକ୍ଟର ଏହି ବ୍ୟକ୍ତିଙ୍କ ବିରୋଧରେ ମମାଲା ରୁଜୁ କରିବା ପାଇଁ କହିଥିଲେ। ପ୍ରକାଶ ପଟେଲ ଟଙ୍କା ଦେବାକୁ ଥିବା ବ୍ୟକ୍ତି ବିରୋଧରେ ୨୦୧୬ରେ ମାମଲା ରୁଜୁ କରିଥିଲେ। ମାମଲାର ଶୁଣାଣି କୋର୍ଟରେ ଆରମ୍ଭ ହେବାର ଥିଲା ଏହି ସମୟରେ ଟଙ୍କା ଫେରସ୍ତ କରି ନଥିବା ବ୍ୟକ୍ତି ମହେନ୍ଦ୍ର ପଟେଲକୁ ନିଜର ଦୁଃଖ କାହାଣୀ ଶୁଣାଇ କହିଥିଲେ, ପତ୍ନୀ କର୍କଟ ରୋଗରେ ପୀଡିତ ଅଛନ୍ତି। ତେଣୁ ବ୍ୟବସାୟ ବନ୍ଦ ହୋଇଯାଇଛି, ଯଦି ସେ ଚାହିଁବେ ତେବେ ଜେଲ ପଠାଇ ପାରନ୍ତି, କାରଣ ତାଙ୍କ ପାଖରେ ସେତିକି ଅର୍ଥ ନାହିଁ।

ମହେନ୍ଦ୍ର ପଟେଲ ଏହାପରେ ୧୨ଲକ୍ଷ ଟଙ୍କା ଉକ୍ତ ବ୍ୟକ୍ତିଙ୍କୁ କ୍ଷମା କରି ଦେଇଥିଲେ। ଏପଟେ ଟଙ୍କା ଦେବାକୁ ଥିବା ବ୍ୟକ୍ତି ଲୋକ ଅଦାଲତଙ୍କୁ ପ୍ରତିଶ୍ରୃତି ଦେଇଥିଲେ କି ତାଙ୍କ ପାଖରେ ଟଙ୍କା ହେଲେ ସେ ତାହାକୁ ଫେରାଇ ଦେବେ।

ସମ୍ବନ୍ଧିତ ଖବର