ବକ୍ସର: ଦାନାପୁର ଏବଂ ପଣ୍ଡିତ ଦୀନଦୟାଲ୍‌ ଉପାଧ୍ୟାୟ ରେଳଧାରଣା ମଧ୍ୟରେ ଅବସ୍ଥିତ ବକ୍ସର ଷ୍ଟେସନରେ ପୂର୍ବରୁ ଅନେକ ପିଲା ଜନ୍ମ ନେଇଛନ୍ତି। ତେବେ ପ୍ରଥମ ଥର ପାଇଁ ଷ୍ଟେସନ୍‌ରେ ଦୁଇ ଯାଆଁଳା ଶିଶୁଙ୍କ ପ୍ରସବ କରାଯାଇଛି। ମାମଲା ଗୁରୁବାର ସକାଳର। ଜଣେ ଗର୍ଭବତୀ ମହିଳା ଶ୍ରମଜୀବୀ ଏକ୍ସପ୍ରେସରେ ଦୁଇଟି ନବଜାତ ଶିଶୁଙ୍କୁ ଜନ୍ମ ଦେବା ପରେ ହଠାତ୍ ଚଳନ୍ତା ଟ୍ରେନରେ ଶିଶୁର କାନ୍ଦ ଶୁଭିଥିଲା।

Advertisment

ଶିଶୁର କ୍ରନ୍ଦନ ଶୁଭିବା ପରେ ଅଚାନକ ମହିଳା ଗୀତ ଗାଇବା ଆରମ୍ଭ କଲେ। ସେହି ‌ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଦେଖିଲା ବେଳକୁ ଟ୍ରେନ୍‌ ଭିତରେ ଡାକ୍ତର ଏବଂ ମହିଳା ସହଯାତ୍ରୀଙ୍କ ସହାୟତାରେ ପ୍ରସୂତୀ ଜଣକ ସଫଳତାର ସହ ପ୍ରସବ କରି ସାରିଥିଲେ।

ଦିଲ୍ଳୀ-ରାଜଗିର୍‌ ଶ୍ରମଜୀବୀ ଏକ୍ସପ୍ରେସ୍‌ରେ ମହିଳା ଜଣକ ଏକ ଜେନେରାଲ୍‌ ବଗି‌ରେ ଯାତ୍ରା କରୁଥିଲେ। ସେ ତାଙ୍କର ପ୍ରସବ କରାଇବାକୁ ପାଟ୍‌ନା ଯାଉଥିଲେ। ପଣ୍ଡିତ ଦୀନଦୟାଲ୍‌ ଜଙ୍କ୍‌ସନ୍‌ରେ ଯନ୍ତ୍ରଣା ଆରମ୍ଭ ହୋଇଯିବାରୁ ତାଙ୍କ ଅବସ୍ଥା ବିଗିଡ଼ିବାକୁ ଲାଗିଲା। ଟ୍ରେନଟି ଦିଲ୍‌ଦାର୍‌ ନଗର ଷ୍ଟେସନ୍‌ରେ ଅଟକିବା ମାତ୍ରେ ଯାତ୍ରୀମାନେ ଷ୍ଟେସନ୍‌ ମାଷ୍ଟର୍‌ଙ୍କୁ ଜଣାଇଲେ। ଯାହାପରେ ଷ୍ଟେସନ୍‌ ମାଷ୍ଟର୍‌ ବକ୍ସର ରେଳବାଇ ଅଧିକାରୀଙ୍କୁ ସୂଚନ‌ା ଦେଇଥିଲେ। ଏହାକୁ ଗୁରୁତର ସହ ନେଇ ତୁରନ୍ତ ସେଇଠାରେ ଏକ ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଥିଲା। ଟ୍ରେନ୍ ବକ୍ସର୍ ଷ୍ଟେସନରେ ଅଟକି ଯିବା ମାତ୍ରେ ଡକ୍ତରୀ ଦଳ ତୁରନ୍ତ ମହିଳାଙ୍କୁ ଏସି ବଗି ଭିତରକୁ ନେଇ ପ୍ରସବ ପ୍ରକ୍ରିୟା ଆରମ୍ଭ କରିଥିଲେ।