ବଜାରରୁ ଏହି ସାମଗ୍ରୀ କିଣିବା ଆଗରୁ ଧ୍ୟାନ ଦିଅନ୍ତୁ
ଆଜିକାଲି ଆମେ ଅନେକ ସମୟରେ ଦୁଗ୍ଧରୁ ପ୍ରସ୍ତୁତ ସାମଗ୍ରୀ ବଜାରରୁ କ୍ରୟ କରୁଛୁ। ଆମେ କ୍ଷୀର, ଦହି ,ପନିର୍ ଛେନା ଏବଂ ବିଭିନ୍ନ ପ୍ରକାରର ମିଠା ବି କିଣିଥାଉ। ଦୁଗ୍ଧରେ ପ୍ରୋଟିନ୍, କାଲସିଅମ୍, ଫସଫରସ, ଭିଟାମିନ୍ ବି ଟୁ ଓ ଭିଟାମିନ୍ ବି ୧୨ ଖୁବ୍ ଭଲ ମାତ୍ରାରେ ରହିଥାଏ । ତେବେ ଏହି ଦୁଗ୍ଧରୁ ପ୍ରସ୍ତୁତ ସାମଗ୍ରୀ କିଣିବା ସମୟରେ ନିମ୍ନୋକ୍ତ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
Sambad is now on WhatsApp
Join and get latest news updates delivered to you via WhatsApp
ପାଶ୍ଚାଇଜଡ ମିଲ୍ଲକ ଓ ମିଲକ୍ ପ୍ରଡକ୍ଟ କିଣିବା ଭଲ ।
ପ୍ୟାକ୍ ହୋଇଥିବା ପନିର କିଣିବା ଭଲ, ଯଦି ପ୍ୟାକେଟ୍ ଖୋଲା ଥିବ, ତେବେ ନିଅନ୍ତୁ ନାହିଁ ।
ଘରେ ଦହି ବସାଇବା ଭଲ । ଯଦି ବାହାରୁ କିଣୁଛନ୍ତି ଏହାର ଏକ୍ସପାରି ଡେଟ୍ ଦେଖି କିଣନ୍ତୁ ।
ବଟର୍, କ୍ରିମ୍ ଓ ଚିଜ୍ ଆଦି କିଣିବା ବେଳେ ଏକ୍ସପାରି ଡେଟ୍ ତନଖି ନିଅନ୍ତୁ । ଏହାକୁ ଫ୍ରିଜ୍ରେ ସବୁବେଳେ ରଖନ୍ତୁ । ରସଗୋଲା, ଛେନାପୋଡ ବା ଗୁଲାବଜାମୁନ ଭଳି ମିଠା କିଣିବା ବେଳେ କେବଳ ବ୍ରାଣ୍ଡେଡ୍ ଦୋକାନ ବା ନାମୀ ଦୋକାନରୁ କିଣନ୍ତୁ । ଠିକ୍ ସେହିପରି ଆପଣ ସେହି ସାମଗ୍ରୀକୁ ଉପଯୁକ୍ତ ସମୟରେ ବ୍ୟବହାର କରି ନେବା ଭଲ ।