ନୂଆଦିଲ୍ଲୀ: ୨୦୩୬ ସୁଦ୍ଧା ଭାରତର ଜନସଂଖ୍ୟା ୧୫୨ କୋଟି ଡେଇଁବ । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ୨୦୩୬ ସୁଧା ଭାରତର ଜନଂସଖ୍ୟା ୧୫୦ କୋଟି ପାର ହୋଇଯିବ । ୱମେନ ଆଣ୍ଡ ମେନ୍ ଇନ୍ ଇଣ୍ଡିଆ ୨୦୨୩ ଶୀର୍ଷକ ରିପୋର୍ଟରେ ଆକଳନ କରାଯାଇଛି ଯେ, ୨୦୧୧ ତୁଳନାରେ ୨୦୩୬ ସୁଦ୍ଧା ୧୫ ବର୍ଷରୁ କମ ବୟସ୍କଙ୍କ ସଂଖ୍ୟା ଅହେତୁକ ହ୍ରାସ ପାଇବ। ଜନ୍ମହାର ହ୍ରାସ ପାଉଥିବାରୁ ଏପରି ଘଟିବ। ଏହି ସମୟସୀମା ମଧ୍ୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସ୍କଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବ। ୨୦୩୬ ସୁଦ୍ଧ ଭାରତର ଜନସଂଖ୍ୟା ୨୦୧୧ ତୁଳନାରେ ଅଧିକ ମହିଳା କେନ୍ଦ୍ରିକ ରହିବ।
୨୦୩୬ ସୁଦ୍ଧା ଭାରତର ଜନସଂଖ୍ୟା ୧୫୨ କୋଟି ଡେଇଁବ
/sambad/media/post_attachments/wp-content/uploads/2024/08/Untitled-82.jpg)