୭ବର୍ଷ ତଳେ ୨ଲକ୍ଷ ଟଙ୍କାରେ ଆରମ୍ଭ କରିଥିଲେ ନିଜର କମ୍ପାନି,ଏବେ ଆମେରିକାର ୮୫୦କୋଟି ଟଙ୍କାର କମ୍ପାନି କିଣିଲେ କେରଳୀ ଯୁବକ

ନୂଆଦିଲ୍ଲୀ : ଟିଉସନ୍‌ କରି ୨୬କୋଟି ଟଙ୍କାର କମ୍ପାନି ବାଇଜୁ ଗଢ଼ି ଥିବା ବାଇଜୁ ରବୀନ୍ଦ୍ରନ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ୭ ବର୍ଷ ତଳେ ୨ଲକ୍ଷ ଟଙ୍କାରୁ ଆରମ୍ଭ କରିଥିବା ରବୀନ୍ଦ୍ରନ୍‌ ଏବେ ଆମେରିକାରେ ଥିବା ୮୫୦କୋଟି ଟଙ୍କାର କମ୍ପାନି ଓସ୍‌ମୋକୁ କିଣିଥିବା ଜଣା ପଡ଼ିଛି । ଓସ୍‌ମୋ ଏକ ଲର୍ଣ୍ଣିଙ୍ଗ ପ୍ଲାଟ୍‌ଫର୍ମ। ଓସ୍‌ମୋର ସଂସ୍ଥାପକ ଜଣେ ଭାରତୀୟ ବଂଶୋଦ୍ଭବ ଓ ତାଙ୍କ ନାଁ ପ୍ରମୋଦ ଶର୍ମା ହୋଇଥିବା ବେଳେ ସେ ବର୍ତ୍ତମାନର ଯୁବପିଢ଼ିକୁ ଟର୍ଗେଟ କରି ଆଇପ୍ୟାଡ୍‌ ଏବଂ ଆଇଫୋନ ପାଇଁ ରିୟାଲିଟି ଗେମ୍ସ ତିଆରି କରିଥିଲେ, ଯାହାକୁ ସେ ପରେ ଲର୍ଣ୍ଣିଙ୍ଗ ପ୍ଲାଟ୍‌ଫର୍ମକୁ ବଦଳାଇ ଦେଇଥିଲେ ।

livemint.com

ଅନ୍ୟ ପକ୍ଷରେ ଭାରତର ସବୁଠାରୁ ବଡ଼ ଅନ୍‌ଲାଇନ୍‌ ଏଜୁକେସନ୍‌ ଷ୍ଟାର୍ଟଅପ୍‌ BYJU’Sର ଆରମ୍ଭ ୭ବର୍ଷ ତଳେ କରିଥିଲେ ରବୀନ୍ଦ୍ରନ । ମାତ୍ର ୨ଲକ୍ଷ ଟଙ୍କାରେ ସେ ଏହାକୁ ଆରମ୍ଭ କରିଥିଲେ । କେରଳର ଏକ ଛୋଟ ଗାଁରେ ବଢ଼ିଥିବା ରବୀନ୍ଦ୍ରନ ପିଲାମାନଙ୍କୁ ଟିଉସନ କରି ସେ ଏତେ ବଡ଼ ସଫଳତା ପାଇଥିବା ଜଣାପଡ଼ିଛି । ଗାଁରେ ପିଲାମାନଙ୍କୁ ପଢ଼ାଉ ପଢ଼ାଉ ସେ ଅନ୍‌ଲାଇନରେ୍‌ ପିଲାମାନଙ୍କୁ ପଢ଼ାଇବା କଥା ଚିନ୍ତା କରିଥିଲେ । ଯାହା ପାଇଁ ସେ BYJU’S ଲର୍ଣ୍ଣିଙ୍ଗ୍‌ ଆପ୍‌ ବାହାର କରିଥିଲେ । ତାଙ୍କର ଏହି ନିଷ୍ପତ୍ତିି ତାଙ୍କୁ ଆଜି କୋଟିପତି ବନାଇ ପାରିଛି । ପ୍ରତି ମାସରେ ୧୦୦କୋଟି ଟଙ୍କା ଆୟ କରୁଛନ୍ତି ରବୀନ୍ଦ୍ରନ । କମ୍ପାନୀର ବିଜ୍ଞାପନ ବଲିଉଡ୍‌ର ଲୋକପ୍ରିୟ କଳାକାର ଶାହାରୁଖ୍‌ ଖାନ୍‌ କରୁଛନ୍ତି।

ସମ୍ବନ୍ଧିତ ଖବର