ନୂଆଦିଲ୍ଲୀ: ଏଇ କିଛିଦିନ ହେବ ସହରରେ କ୍ୟାବ୍ ସେବାର ଚାହିଦା ଏତେ ବଢ଼ିଗଲାଣି ଯେ ଲୋକମାନେ କୌଣସି ସ୍ଥାନକୁ କ୍ୟାବ୍ରେ ହିଁ ଯିବାକୁ ପସନ୍ଦ କରୁଛନ୍ତି। ଯେତେବେଳେ ଆମେ କ୍ୟାବ୍ରେ ଯାଇଥାଉ। ସାଧାରଣତଃ କ୍ୟାବ୍ ଚାଳକ ଓଡ଼ିଆ, ହିନ୍ଦୀ କିମ୍ବା ଖଣ୍ଡି ଇଂରାଜୀରେ କଥା ହେବାର ଶୁଣିବାକୁ ପାଇଛୁ। କିନ୍ତୁ ଏମିତି ଜଣେ କ୍ୟାବ୍ ଚାଳକ ଅଛନ୍ତି ଯିଏକି ତାଙ୍କ ସମସ୍ତ ଯାତ୍ରୀଙ୍କ ସହ ସଂସ୍କୃତରେ କଥା ହୋଇଥାଆନ୍ତି।
ଅଧିକାଂଶ ଲୋକ ଏହା ବି ମାନି ଥାଆନ୍ତି କି ମାତୃଭାଷା ହିନ୍ଦୀ ବ୍ୟତୀତ ଇଂରାଜୀ ଶିଖିବା ଅଧିକ ଜରୁରୀ। କିନ୍ତୁ କେବେ ଆପଣ କ୍ୟାବ୍ ଚାଳକଙ୍କୁ ସଂସ୍କୃତରେ କଥା ହେବାର ଶୁଣିଛନ୍ତି? ଆପଣ ଭାବୁଥିବେ ସ୍କୁଲରେ ଯେଉଁ ବିଷୟରେ ଅଧିକ ଭୟ ଲାଗୁଥାଏ ସେହି ବିଷୟ ବା କେମିତି କଥା କହିବୁ?
Sanskrit speaking cab driver in Bengaluru?? pic.twitter.com/2Kc5tRrnzU
— Girish Bharadwaja (@Girishvhp) June 11, 2019
କିନ୍ତୁ ବେଙ୍ଗାଲୁରୁର ଜଣେ କ୍ୟାବ୍ ଚାଳକ ଏମିତ ଅଟନ୍ତି ଯିଏକି କେବଳ ସଂସ୍କୃତରେ ହିଁ କଥା ହୋଇଥାଆନ୍ତି। ଏହି କ୍ୟାବ୍ ଚାଳକଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
/sambad/media/post_attachments/wp-content/uploads/2019/06/cab-784x441.jpg)
ଭିଡିଓରେ ଦେଖିବାକୁ ମିଳୁଛି କି ଚାଳକଙ୍କ ସହିତ ଭିଡିଓ ବନାଉଥିବା ବ୍ୟକ୍ତି ବି ତାଙ୍କ ସହିତ ସଂସ୍କୃତରେ କଥା ହେଉଛନ୍ତି। କିନ୍ତୁ ସେ ଚାଳକଙ୍କ ଭଳି ସ୍ପଷ୍ଟ ଭାବେ ସଂସ୍କୃତ କହି ପାରୁ ନାହାନ୍ତି। ଭିଡିଓରେ ଚାଳକ ନିଜ ନାମ ମଲ୍ଲପମ ବୋଲି କହୁଛନ୍ତି। ତାଙ୍କୁ ଯେତେବେଳେ ପଚରା ଯାଉଛି କି ସେ ସଂସ୍କୃତ କେଉଁଠାରୁ ଶିଖିଲେ ? ସେ କହୁଛନ୍ତି କି ଏକ ଶିବିର ଲାଗିଥିଲା। ସେଠାରେ ସଂସ୍କୃତ ପଢ଼ା ଯାଉଥିଲା। ସେ ସେଠାରୁ ହିଁ ସଂସ୍କୃତ କହିବା ଶିଖିଛନ୍ତି। ସେ ଏହି ସଂସ୍କୃତ ଭାଷାରେ ତାଙ୍କ ସମସ୍ତ ଯାତ୍ରୀଙ୍କ ସହ କଥା ହୋଇଥାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/394730-viral-video.jpg)