‘ପରେ ଟଙ୍କା ଦେଇଦେବେ’ ମନ କିଣିନେଲେ କ୍ୟାବ ଡ୍ରାଇଭର

ନୂଆଦିଲ୍ଲୀ: ଦୁନିଆ ବଦଳିବା ସାଙ୍ଗକୁ ଅନ୍ୟକୁ ବିଶ୍ୱାସ କରିବା ଲୋକଙ୍କ ସଂଖ୍ୟା କମିଗଲାଣି ବୋଲି ଆପଣ ଭାବୁଛନ୍ତି କି? ଯଦି ହଁ ତେବେ ଆମେ ଆଜି ଆପଣଙ୍କୁ ଏକ ସତ ଅନୁଭୂତି କହିବାକୁ ଯାଉଛୁ, ଯାହାକୁ ଟ୍ୱିଟରର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ପରମିନ୍ଦର ସିଂ ନିଜେ ସେୟାର କରିଛନ୍ତି। ଆଜିର ସମୟରେ, ନଗଦ ଅର୍ଥ ଦେବା ପରିବର୍ତ୍ତେ ଲୋକମାନେ ଅନଲାଇନ୍ ପେମେଣ୍ଟ କରିବାକୁ ପସନ୍ଦ କରନ୍ତି | ରେଷ୍ଟୁରାଣ୍ଟ ବିଲ୍ ପେମେଣ୍ଟ ଠାରୁ ଆରମ୍ଭ କରି କ୍ୟାବ ପର୍ଯ୍ୟନ୍ତ ସବୁକିଛି ପାଇଁ ସେମାନେ କ୍ରେଡିଟ୍, ଡେବିଟ୍ କାର୍ଡ କିମ୍ବା ୟୁପିଆଇ ବ୍ୟବହାର କରନ୍ତି | ଅନେକ ଥର ଯାତ୍ରୀମାନେ ଅନଲାଇନ୍ ପେମେଣ୍ଟ କରିବା ସମୟରେ କ୍ୟାବ ଡ୍ରାଇଭରକୁ ଟଙ୍କା ଦେବାକୁ ଭୁଲିଯାଆନ୍ତି | ଗୁଗୁଲ ଏବଂ ଟ୍ୱିଟରର ପୂର୍ବତନ ଏମଡି ପରମିନ୍ଦର ସିଂଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି। ନିକଟରେ ପରମିନ୍ଦର ସିଂ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଅନୁଭୂତି ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆ ୟୁଜର୍ସଙ୍କ ହୃଦୟ ଜିତିଛି।

ରିପୋର୍ଟ ଅନୁଯାୟୀ ପରମିନ୍ଦର ସିଂ ଗତ ସପ୍ତାହରେ ଭାରତ ଆସିଥିଲେ। ଆଉ ଦିଲ୍ଲୀ ବିମାନବନ୍ଦରରୁ କୌଣସି ସ୍ଥାନକୁ ଯିବାକୁ ତାଙ୍କୁ ବିମାନ ଧରିବାର ଥିଲା | ଏହି ସମୟରେ ସେ ତରବରିଆ ଭାବେ କ୍ୟାବ ଡ୍ରାଇଭରକୁ ଟଙ୍କା ଦେବାକୁ ଭୁଲି ଯାଇଥିଲେ। ଏହି ବିଷୟରେ ସୂଚନା ଦେଇ ପରମିନ୍ଦର ସିଂ କହିଛନ୍ତି ଯେ ବ୍ୟସ୍ତତା ଭିତରେ ମୁଁ କ୍ୟାବରୁ ବାହାରି ଟଙ୍କା ନଦେଇ ପଳାଇଯାଉଥିଲି | ଏହି ସମୟରେ ମୋର ସେହି ବ୍ୟକ୍ତିଙ୍କୁ ଟ୍ୟାକ୍ସି ଭଡା ଦେବାକୁ ମନେପଡ଼ିଗଲା | ଆଉ ମୁଁ ତାଙ୍କୁ ପଚାରିଥିଲି ଯେ କିଭଳି ଟଙ୍କା ଦେବି | ଏହା ପରେ କ୍ୟାବ ଡ୍ରାଇଭରଜଣକ କହିଥିଲେ ଯେ,’କିଛି କଥା ନାହିଁ, ଆଉ କେବେ ଆସିଲେ ଦେଇଦେବେ’ | ପରମିନ୍ଦର ସିଂ ଲେଖିଛନ୍ତି ଯେ ସେ ଜାଣିଥିଲେ ଯେ ଆମେ ଆଉ କେବେ ଭେଟିବୁ ନାହିଁ | ଏହା ସତ୍ତ୍ୱେ ଆମକୁ କେତେ ଟଙ୍କା ଦେବାକୁ ପଡିବ ସେ ମଧ୍ୟ ଆମକୁ କହିନଥିଲେ । ପରେ ମୁଁ ତାଙ୍କ ନମ୍ବରକୁ ଟଙ୍କା ପଠାଇଲି | ସେହି ଡ୍ରାଇଭର ଆମ ସମସ୍ତଙ୍କୁ ଶୃଙ୍ଖଳାର ଏକ ଶିକ୍ଷା ଦେଇଛନ୍ତି। ସୂଚନା ଥାଉ କି ଯେ ପରମିନ୍ଦର ସିଂଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଉ ସମସ୍ତେ ସେହି କ୍ୟାବ ଡ୍ରାଇଭରକୁ ପ୍ରଶଂସା କରୁଛନ୍ତି |

ସମ୍ବନ୍ଧିତ ଖବର